
ଭୁବନେଶ୍ୱର, ୧୪ ମଇ (ହି.ସ.)- ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଗୁରୁବାର ଦିନ ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ଦଳୀୟ ନେତୃବୃନ୍ଦ ଓ ବିଧାୟକ ରୋହିତ ଜୋସେଫ୍ ତିର୍କୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ନିର୍ବାଚନମଣ୍ଡଳୀର ବିକାଶମୂଳକ କାର୍ଯ୍ୟ ଏବଂ ସାଂଗଠନିକ ବ୍ୟାପାର ଉପରେ ନେତୃବୃନ୍ଦମାନେ ମତାମତ ରଖିଥିଲେ। ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସେବାରେ ନିଜକୁ ସମର୍ପିତ କରିବା ପାଇଁ ସଭାପତି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଏହା ସହ ଲୋକଙ୍କ ସ୍ୱର ସାଜି ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଛନ୍ତି ନବୀନ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା