କଟକ ଡିଜି ଅଫିସ୍ ସାମ୍ନାରେ ବିଜେଡିର ବିକ୍ଷୋଭ
ଭୁବନେଶ୍ୱର, ୧୪ ମଇ (ହି.ସ.)- ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ଗୁରୁବାର କଟକରେ ଡିଜି ଅଫିସ୍ ସାମ୍ନାରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ବିଜେଡି ପକ୍ଷରୁ କୁହାଯାଇଛି ଯେ ବିଜେପି ସରକାରରେ ହିଂସା ବଢୁଛି, ଦେଶରେ ଓଡ଼ିଶା ଲଜ୍ଜିତ ହେଉ
bjd


ଭୁବନେଶ୍ୱର, ୧୪ ମଇ (ହି.ସ.)- ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ଗୁରୁବାର କଟକରେ ଡିଜି ଅଫିସ୍ ସାମ୍ନାରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ବିଜେଡି ପକ୍ଷରୁ କୁହାଯାଇଛି ଯେ ବିଜେପି ସରକାରରେ ହିଂସା ବଢୁଛି, ଦେଶରେ ଓଡ଼ିଶା ଲଜ୍ଜିତ ହେଉଛି। ଡବଲ୍ ଇଞ୍ଜିନ ସରକାର ଆସିବା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ବାଲିଅନ୍ତାଠାରୁ ନୟାଗଡ଼ ପର୍ଯ୍ୟନ୍ତ ପ୍ରତିଦିନ ହତ୍ୟା, ଲୁଟ୍ ତରାଜ ଓ ନାରୀ ନିର୍ଯାତନା ଭଳି ଜଘନ୍ୟ କାଣ୍ଡ ଘଟିଚାଲିଛି। ଏହାକୁ ନେଇ ଶାନ୍ତିପ୍ରିୟ ଓଡ଼ିଶାକୁ ଅପରାଧର ଗଡ଼ରେ ପରିଣତ କରିବା ପାଇଁ ଯେଉଁ ହୀନ ପ୍ରୟାସ କରାଯାଉଛି ତାହାକୁ କେବେ ସଫଳ କରିବାକୁ ଦିଆଯିବ ନାହିଁ। ଏହି ବିକ୍ଷୋଭ ସମାବେଶରେ ବିଜେଡି ନେତା ପ୍ରତାପ ଜେନା , ସିଏମସି ମେୟର ସୁବାସ ସିଂ , ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande