
ଭୁବନେଶ୍ବର , 14 ମେ (ହି.ସ.) - କୋଟପାଡ ନିର୍ବାଚନ ମଣ୍ଡଳୀ ଠାରେ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ନେତୃତ୍ଵରେ ନାରୀ ଅଧିକାର ଅଭିଯାନ ବିକ୍ଷୋଭ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଏକ ହଜାରରୁ ଉର୍ଦ୍ଧ୍ବ ସାଧାରଣ ମହିଳା ଏକ ବିକ୍ଷୋଭ ରାଲିରେ ବିଆରସି ବିଲଡିଂ ନିକଟରୁ ନଗର ପରିକ୍ରମା କରି କୋଟପାଡ ମୁନିସିପାଲିଟି ନିକଟରେ ସାଧାରଣ ସଭାରେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଝିନ୍ନ ହିକକା,କାର୍ଯ୍ୟକାରୀ ସଭାପତି ପ୍ରସାଦ ବିଦିକା, ଦୁର୍ଗା ମିଶ୍ର, ଉପସଭାପତି ନାଗରାଜ ଦୋରା, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ବିଧାୟକ କୋଟପାଡ ଚନ୍ଦ୍ରଶେଖର ମାଝୀ, ରଘୁରାମ ପୋଡ଼ାଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରା, କୋଟପଡ ବ୍ଲକ ଅଧ୍ୟକ୍ଷା କମଳା ପୂଜାରୀ, ଜିଲ୍ଲା ପରିଷଦ ସଦସ୍ୟା ଗୀତା ମାଝୀ ଉପସ୍ଥିତ ଥିଲେ। ଜିଲ୍ଲା ମହିଳା ବିଜେଡ଼ି ସଭାନେତ୍ରୀ ପାର୍ବତୀ ମସ୍ତିଙ୍କ ସମେତ ରାଜ୍ଯ ଉପସଭାନେତ୍ରୀ ରୀତା ପାଣିଗ୍ରାହୀ, ଜିଲ୍ଲା ଉପସଭାନେତ୍ରୀ ଲିଲି ବୁରୁଡି ଏବଂ ସମସ୍ତ ଜିଲ୍ଲା ବିଜେଡି କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା