
ଜୟପୁର, ୧୪ ମଇ (ହି.ସ.)-
କୋରାପୁଟ ଜିଲ୍ଲା ବୈପାରୀଗୁଡା ତହସିଲ କାର୍ଯ୍ୟାଳୟ ଆଗରେ ଆଜି ଜମିହରା ସଂଘ ପକ୍ଷରୁ କିଛି ସମୟ ବିକ୍ଷୋଭ ଦେଖିବାକୁ ମିଳିଛି l ଜୟପୁର ଠାରୁ ମାଲକାନଗିରି ନୂତନ ରେଳପଥ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ହୋଇଛି କିନ୍ତୁ ଜମିହରା ହିତାଧିକାରୀଙ୍କ ଠାରୁ ଚଞ୍ଚକତା କରି ଜମି ଅଧିଗ୍ରହଣକୁ ବିରୋଧ କରି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ତହସିଲଦାର ଝlଡ଼େଶ୍ୱରୀ ଖାଡ଼ଙ୍ଗାଙ୍କୁ ଦାବିପତ୍ର ପ୍ରଦାନ କରିଛି ଜମିହରା ସଂଘ। ଦାବିପତ୍ରରେ ବୈପାରିଗୁଡା ତହସିଲ ଆୟୋଗରେ ରହୁଥିବା ନୂତନ ଜୟପୁର ଠାରୁ ମାଲକାନଗିରି ଓସାରିଆ ରେଳପଥ ସର୍ଭେ ପୂର୍ବରୁ ବହୁ ଚାଷୀ ନିଜ ଜମି ହରାଉଥିବାରୁ ଲାଇନ୍ ବଦଳାଇବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ, ଅନୁରୋଧକୁ ରକ୍ଷା କରାନଯାଇ ଜୋର ଜବରଦସ୍ତ ରେଳ ଲାଇନ କରିବାକୁ ଆଗଭର ହେଇଛନ୍ତି ସରକାର। ଜମିହରା ହିତାଧିକାରୀଙ୍କୁ ଉଚିତ୍ ମୂଲ୍ୟ ପ୍ରଦାନ କରାନଯାଇ ଶାଗ ମାଛ ଦରରେ ଜମି କିଣିବାକୁ ପ୍ରସ୍ତୁତି ଆରମ୍ଭ କରିଛି ସରକାର। ଜମିହରା ହିତାଧିକାରୀ ଜମିହରା ସଂଘ ଏହାକୁ ବିରୋଧ କରି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଉଚିତ୍ ପ୍ରାପ୍ୟ ଦେବାକୁ ଦାବି କରିବା ସହ ତହସିଲଦାରଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି।
ଜମିହରା ସଂଘର ଦାବି ଅନୁଯାୟୀ, ବର୍ତ୍ତମାନ ଜମିର ଦର ଅନୁସାରେ ଜୟପୁର ଠାରୁ ମାଲକାନଗିରି ପର୍ଯ୍ୟନ୍ତ ସର୍ବାଧିକ ମୂଲ୍ୟ ପ୍ରଦାନ କରାଯାଇଛି ଏବଂ ସମସ୍ତଙ୍କୁ ସେହି ମୂଲ୍ୟ ପ୍ରଦାନ କରାଯାଉ। ଜମିହରା ପରିବାରଙ୍କୁ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ପ୍ରଦାନ ବ୍ୟବସ୍ଥା। ରେଳପଥ ପାଇଁ ଜମି ହରାଉଥିବା ଭୂମିହୀନ ପରିବାରଙ୍କୁ ସରକାରୀ ଜମି ଏବଂ ଘରବାରି ପଟ୍ଟା ପ୍ରଦାନ ଆଦି ଚାରି ଦଫା ଦାବୀ ରହିଛି l
ହିନ୍ଦୁସ୍ଥାନ ସମାଚାର / ପିକେପି