
କେନ୍ଦ୍ରାପଡ଼ା, ୧୪ ମଇ(ହି.ସ.) – କେନ୍ଦ୍ରାପଡା ଜିଲ୍ଲାର ଇନ୍ଦାଳୋ ଗ୍ରାମରେ ଶ୍ରଦ୍ଧା ଓ ଭକ୍ତିର ସହ ଚନ୍ଦନ ଯାତ୍ରା ପାଳିତ ହୋଇଯାଇଛି। ତିନିଦିନ ଧରି ନାଟକ ପରିବେଷଣ ସହ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରଥମେ ଶ୍ରୀ ଶ୍ରୀ ନବିନ କିଶୋରଙ୍କ ନେତୃତ୍ୱରେ କିଶୋରଙ୍କ ନିକଟରେ ତର୍ପଣ, ଭୋଗ, ଆଳତୀ ଓ ଅନ୍ୟାନ୍ୟ ନୀତିକାନ୍ତି ସଂପନ୍ନ କରାଯାଇଥିଲା। ପରେ ଠାକୁରଙ୍କ ଚଳନ୍ତି ପ୍ରତିମାକୁ ମହା ଆଡମ୍ବରରେ ବିରାଟ ଶୋଭାଯାତ୍ରାରେ ନେଇ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ସୈାଜନ୍ୟରେ ଆୟୋଜିତ ଏହି ଆଧ୍ୟାମ୍ôିକ କାର୍ଯ୍ୟକ୍ରମରେ ପୁର୍ଣ୍ଣଚନ୍ଦ୍ର ଜେନା, ବଜ୍ରମୋହନ ଦାଶ, ପ୍ରଦୀପ ଦାସ, ନୃସିଂହ ସ୍ୱାଇଁ, ଦେବ ସେଠୀ, ମନୋଜ ଜେନା, ଅନୁଆ ସେଠୀଙ୍କ ସମେତ ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତି ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି