
ଜୟପୁର,, 14 ମେ (ହି.ସ.) ଦଶହରା ପଡିଆ ଠାରେ ଚଲିଥିବା ଜୟପୁର ପ୍ରିମିୟର ଲିଗ୍-୩ ର ଆଜିର ଦୁଇଟି ମ୍ୟାଚରେ ରୟାଲ କିଙ୍ଗସ୍ ଓ ଜୟପୁର ଜାଗୁଆର ଟିମ ବିଜୟଲାଭ କରିଛନ୍ତି। ପ୍ରଥମ ମ୍ୟାଚ ଜୟପୁର ସୁପରଷ୍ଟାର ଏବ˚ ରୟାଲ କିଙ୍ଗସ ମଧ୍ୟରେ ହୋଇଥିଲା। ଜୟପୁର ସୁପରଷ୍ଟାର ଟିମ ପ୍ରଥମେ ବ୍ୟାଟି˚କରି ସମସ୍ତ ଵିକେଟ ହରାଇ ୯୬ ରନ ସ˚ଗ୍ରହ କରିଥିଲେ। ରୟାଲ କିଙ୍ଗସ ଜୟପୁର ଦଳ ୮.୩ ଓଭରରେ ୨ଟି ଵିକେଟ ହରାଇ ୯୮ ରନ କରି ବିଜୟ ଲାଭ ହୋଇଥିଲେ। ସେହିପରି ଦ୍ବିତୀୟ ମ୍ୟାଚ ସୁକମା ନାଇଟରାଇଡର ଓ ଜୟପୁର ଜାଗୁଆର ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସୁକମା ନାଇଟ ରାଇଡର ଟିମ ପ୍ରଥମେ ବ୍ୟାଟି˚ କରି ୯ଟି ଵିକେଟ ହରାଇ ୧୩୯ ରନ ସ˚ଗ୍ରହ କରିଥିଲେ। ଜବାବରେ ଜୟପୁର ଜାଗୁଆର ଦଳ ୧୯.୩ ଓଭରରେ ୧୪୩ ରନ ସ˚ଗ୍ରହ କରି ବିଜୟ ଲାଭ କରିଥିଲେ। ଆଜିର ପ୍ରଥମ ମ୍ୟାଚରେ ଦିଲ୍ଲୀପ ବିଷୋୟୀ ଓ ଦ୍ବିତୀୟ ମ୍ୟାଚରେ ସନ୍ତୋଷ ପ୍ରଧାନ ମ୍ୟାନ ଅଫ ଦି ମ୍ୟାଚ ହାସଲ କରିଥିଲେ। ଏହି ପ୍ରିମିୟର ଲିଗ ମ୍ୟାଚକୁ ନିର୍ଦ୍ଧେଶକ ବାବୁଲା ରାଉତ ଆୟୋଜନ କରିଥିବା ବେଳେ ସଚ୍ଚିଦାନନ୍ଦ ପରିଡା ପରିଚାଳନା କରିଥିଲେ। ଆସନ୍ତା କାଲି ପ୍ରଥମ ମ୍ୟାଚ ଜୟପୁର ରୟାଲ ସହ ଜୟପୁର ରୟାଲ କିଙ୍ଗ୍ସ ଓ ଦ୍ବିତୀୟ ମ୍ୟାଚ ଜୟପୁର ସୁପର ଷ୍ଟାର ସହ ସୁକମା ନାଇଟରାଇଡର୍ସ ମଧ୍ୟରେ ଅନୁଷ୍ଠିତ ହେବ। ମ୍ୟାଚରେ ଅନ୍ୟ ମାନଙ୍କ ମଧ୍ୟରେ ସୁବାସ ରାଉତ, ରବି ନାୟକ, ବାଲାରାୟ,ବାପି ପରିଡା,ଗିରି କ୍ରୀଷ୍ଣାଙ୍କ ସମେତ ଅନ୍ୟ କ୍ରିଡା ପ୍ରେମୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି