ବାଲିଆ ବଜାରର ପ୍ରଶସ୍ତ ଜାଗାରେ ଏଲ୍ଇଡି ଲଗାଇବା ପାଇଁ ଦାବି
କେନ୍ଦ୍ରାପଡ଼ା, ୧୪ ମଇ(ହି.ସ.) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତ ଅନ୍ତର୍ଗତ ଭାଗବତପୁରଠାରେ ଅଣଓସାରିଆ ଜାଗାରେ ଏଲ୍ଇଡି(ଟିଭି) ଲଗାଯାଉଥିବାରୁ ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଭେଟି ପ୍ରଶସ୍ତ ଜାଗାରେ ଟିଭି ଲଗେଇବା ପାଇଁ ଦାବି କରିଛନ୍ତି। ବାଲିଆ ବଜାରଠାରେ ଥିବା ଡାଏଟ୍ ସ୍କୁଲ୍
----------------ବାଲିଆ ବଜାରର ପ୍ରଶସ୍ତ ଜାଗାରେ ଏଲ୍ଇଡି ଲଗାଇବା ପାଇଁ ଦାବି ।


କେନ୍ଦ୍ରାପଡ଼ା, ୧୪ ମଇ(ହି.ସ.) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତ ଅନ୍ତର୍ଗତ ଭାଗବତପୁରଠାରେ ଅଣଓସାରିଆ ଜାଗାରେ ଏଲ୍ଇଡି(ଟିଭି) ଲଗାଯାଉଥିବାରୁ ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଭେଟି ପ୍ରଶସ୍ତ ଜାଗାରେ ଟିଭି ଲଗେଇବା ପାଇଁ ଦାବି କରିଛନ୍ତି। ବାଲିଆ ବଜାରଠାରେ ଥିବା ଡାଏଟ୍ ସ୍କୁଲ୍ ରାସ୍ତା କଡରେ ଥିବାବେଳେ ଏଲ୍ଇଡି ସେଠାରେ ଲାଗିଲେ ରାଜ୍ୟ ସରକାରଙ୍କର ଓ ଜିଲ୍ଲା ପ୍ରଶାସନ ପଂଚାୟତର ବିଭିନ୍ନ ସୁଫଳ ଯୋଜନା ଗୁଡିକୁ ଏହାଦ୍ୱାରା ପ୍ରଦର୍ଶିତ କରାଯିବ। କିନ୍ତୁ ସେଠାରେ ଲାଗିଲେ ଏହା ଅଣଓସାରିଆ ଜାଗା ଥିବାରୁ ଜନସାଧାରଣ ଛିଡା ହୋଇ ଏହାକୁ ଦେଖିପାରିବେ ନାହିଁ। ଏହାସହିତ ଦୁର୍ଘଟଣା ହେବାର ଆଶଙ୍କା ରହୁଛି। ତେଣୁ ସ୍ଥାନୀୟ ବାସିନ୍ଦାଙ୍କ ଦାବି ମୁତାବକ ରାସ୍ତା କଡରେ ଚଉଡା ପ୍ରଶସ୍ତ ଜାଗାରେ ଏହି ଏଲ୍ଇଡି ଲାଗିଲେ ଲୋକ ଛିଡା ହୋଇ ଦେଖିବା ସହିତ ସରକାରଙ୍କର ଆଭିମୁଖ୍ୟ ପୂରଣ ହେବା ସହିତ ଲୋକ ଦୁର୍ଘଟଣାରୁ ରକ୍ଷା ପାଇପାରିବେ। ତେଣୁ ଡାଏଟ୍ ସ୍କୁଲ୍ ନିକଟରୁ ଏହାକୁ ଉଠାଇ ବାଲିଆ ବଜାର ଏବଂ ଆଇଡି ବ୍ୟାଙ୍କ ମଝିରେ ଲଗାଇବା ପାଇଁ ଅକ୍ଷୟ କୁମାର ରାଉଳ, ଜିତେନ୍ଦ୍ର ପ୍ରସାଦ ପାଗଳ,ମଦନ ମୋହନ ବେହେରା, ନଗେନ୍ଦ୍ର ରାଉତ, ବସନ୍ତ କୁମାର ଜେନା, ପ୍ରଶାନ୍ତ କୁମାର ଦାସ, ବିଭୁତି ଭୂଷଣ ପତି, ନାରାୟଣ ସ୍ୱାଇଁ ନିଗମ ମହାନ୍ତି, ଧୀରେନ୍ ବେହେରା ପ୍ରମୁଖ ଦାବି କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande