
ଜୟପୁର, ୧୪ ମଇ (ହି.ସ.)- ଦେଶି ଓ ଭାଟି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଓ ନିରିକ୍ଷକ କାଯ୍ୟାଳୟ ତରଫରୁ ଆଜି ଚଢଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ତିନି ଅଭିଯୁକ୍ତ ହେଲେ ତେଲିପୁଟ ଗ୍ରାମର ରାଜୁ ରନ୍ଧାରି, ମୁଳାସର ଗ୍ରାମର ଧବି ହରିଜନ ବୋରିଗୁମ୍ମାର ଉପେନ୍ଦ୍ର ପ୍ରସାଦ ।
ସୂଚନା ଅନୁଯାୟୀ ଦେଶି ଓ ଭାଟି ମଦ ବାଇକରେ ଚାଲାଣ ବେଳେ ଜୟପୁର ଅବକାରି ଥାନା ଓ ନିରିକ୍ଷକ କାଯ୍ୟାଳୟ ତରଫରୁ କୁମୁଲିପୁଟ, ଟାଙ୍କୁଗୁଡା ଓ ପୁଟ୍ରା ରେ ଚଢଉ କରିଛି । ଚଢଉ କରି ୩ଟି ବାଇକ, ୪୨ ଲିଟର ଦେଶି ମଦ ଓ ୧୬ ଲିଟର ଭାଟି ମଦ ଜବତ କରିଛି । ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ନିରିକ୍ଷକ ଅଜୟ କୁମାର ନାୟକ, ଅବକାରି ଥାନା ଓଆଇସି ସୁବ୍ରତ କେଶରି ହିରନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି