ବଜେଟ୍ ହ୍ରାସ, ଆଦିବାସୀ ଚାଷୀ ପରିତ୍ୟକ୍ତ: ସଙ୍କଟରେ ଓଡ଼ିଶାର ଶ୍ରୀ ଅନ୍ନ ଅଭିଯାନ
ଜୟପୁର, ୧୪ ମଇ(ହି.ସ.) – ଓଡ଼ିଶା ସରକାର ଶ୍ରୀ ଅନ୍ନ ଅଭିଯାନ ପାଇଁ ଏକ ବାର୍ଷିକ କାର୍ଯ୍ୟ ଯୋଜନାକୁ ନୀରବରେ ଅନୁମୋଦନ କରିଛନ୍ତି ଯାହା ବଜେଟ୍ କୁ ବ୍ୟାପକ ହ୍ରାସ କରିଅଛି, ୧୩ଟି ଜିଲ୍ଲାରୁ ତୃଣମୂଳ ସ୍ତରୀୟ ସହାୟତା ସଂସ୍ଥାଗୁଡ଼ିକୁ ପ୍ରତ୍ୟାହାର କରାଯାଇଅଛି ଏବଂ ଆଦିବାସୀ ଅଧ୍ୟୁଷିତ ଡିଏମଏଫ ଜିଲ୍ଲାଗୁଡ଼
ବଜେଟ୍ ହ୍ରାସ, ଆଦିବାସୀ ଚାଷୀ ପରିତ୍ୟକ୍ତ: ସଙ୍କଟରେ ଓଡ଼ିଶାର ଶ୍ରୀ ଅନ୍ନ ଅଭିଯାନ


ଜୟପୁର, ୧୪ ମଇ(ହି.ସ.) – ଓଡ଼ିଶା ସରକାର ଶ୍ରୀ ଅନ୍ନ ଅଭିଯାନ ପାଇଁ ଏକ ବାର୍ଷିକ କାର୍ଯ୍ୟ ଯୋଜନାକୁ ନୀରବରେ ଅନୁମୋଦନ କରିଛନ୍ତି ଯାହା ବଜେଟ୍ କୁ ବ୍ୟାପକ ହ୍ରାସ କରିଅଛି, ୧୩ଟି ଜିଲ୍ଲାରୁ ତୃଣମୂଳ ସ୍ତରୀୟ ସହାୟତା ସଂସ୍ଥାଗୁଡ଼ିକୁ ପ୍ରତ୍ୟାହାର କରାଯାଇଅଛି ଏବଂ ଆଦିବାସୀ ଅଧ୍ୟୁଷିତ ଡିଏମଏଫ ଜିଲ୍ଲାଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ଆର୍ôଥକ ଅବରୋଧ କରାଯାଇଅଛି - ଏହି ପଦକ୍ଷେପଗୁଡ଼ିକ ମାଣ୍ଡିଆ ଚାଷ ଏବଂ ପୁଷ୍ଟିକର ସୁରକ୍ଷାରେ ବର୍ଷ ବର୍ଷ ଧରି କଷ୍ଟସାଧ୍ୟ ପ୍ରଗତିକୁ ହ୍ରାସ କରିବ ବୋଲି ଚାଷୀ ସଂଗଠନଗୁଡ଼ିକ ମତ ବ୍ୟକ୍ତ କରିଛନ୍ତି।

ସରକାରୀ ନିର୍ଦେଶନାମା (ମେମୋ ନମ୍ବର ୧୨୮୮୫ ତାରିଖ ୦୭.୦୫.୨୦୨୬) ଅନୁସାରେ ଗତ ବର୍ଷର ୬୦୦ କୋଟି ଟଙ୍କା ତୁଳନାରେ ୨୦୨୬-୨୭ ଆର୍ôଥକ ବର୍ଷ ପାଇଁ କେବଳ ୪୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି - ଯାହା ପ୍ରାୟ ୩୧% ହ୍ରାସ, ଯଦିଓ ଯୋଜନା ୨୦୨୫-୨୬ ଆର୍ôଥକ ବର୍ଷରେ ଥିବା ବଜେଟରେ ୯୩% ବିନିଯୋଗ କରାଯାଇଛି, ଯାହା ତୃଣମୂଳ ସ୍ତରରେ ଚାହିଦା ଏବଂ ବିତରଣ କ୍ଷମତାକୁ ଦୃଢ଼ୀଭୁତ କରିଛି।

ଦଲିଲରେ ଲୁଚିଥିବା ତଥ୍ୟଗୁଡିକର ମୁଖ୍ୟାଂଶ: ମାଣ୍ଡିଆ ଫସଲ ପ୍ରଦର୍ଶନ ୧,୫୦,୦୦୦ ହେକ୍ଟରରୁ ୧,୦୦,୦୦୦ ହେକ୍ଟରକୁ ହ୍ରାସ କରାଯାଇଛି - ଯାହା ଏକ ତୃତୀୟାଂଶ ହ୍ରାସ। ମାଣ୍ଡିଆ ସଂଗ୍ରହ ୭.୫ ଲକ୍ଷ କ୍ୱିଂଟାଲ(ଲକ୍ଷ୍ୟ)ରୁ ୫ ଲକ୍ଷ କ୍ୱିଣ୍ଟାଲକୁ ହ୍ରାସ କରାଯାଇଛି। ବାଲେଶ୍ୱର, କଟକ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା ଏବଂ ସମ୍ବଲପୁର ସମେତ ତେରଟି ଜିଲ୍ଲାରେ ଆଉ ଚାଷୀ-ସ୍ତରୀୟ ସହାୟତା ପ୍ରଦାନକାରୀ ସୁବିଧାକାରୀ ସଂସ୍ଥା ଗୁଡିକ ଆଉ ରହିବେ ନାହିଁ।

ଆଦିବାସୀ ଡିଏମଏଫ ଜିଲ୍ଲା ପାଇଁ ଶୂନ୍ୟ ପାଣ୍ଠି: ସମାଲୋଚକମାନେ ଯୋଜନାର ସବୁଠାରୁ କ୍ଷତିକାରକ ବ୍ୟବସ୍ଥା ବୋଲି କହିଛନ୍ତି, ଯାହା ଏହି ଆଦେଶରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଡିଏମଏଫ ଜିଲ୍ଲାଗୁଡ଼ିକୁ ମଧ୍ୟରୁ ଅନୁଗୁଳ, କେଉଁଝର ଏବଂ ସୁନ୍ଦରଗଡ଼ର ୮ଟି ବ୍ଲକ କୌଣସି ଆର୍ôଥକ ସହାୟତାର ବ୍ୟବସ୍ଥା କରାଯାଇ ନାହିଁ। ଏଗୁଡ଼ିକ ଓଡ଼ିଶାର ସବୁଠାରୁ ଆଦିବାସୀ, ଦୁର୍ବଳ ସମ୍ବଳ ଏବଂ ପୁଷ୍ଟିକର ଦୃଷ୍ଟିରୁ ଦୁର୍ବଳ ଅଞ୍ଚଳ ମଧ୍ୟରୁ ଗୋଟିଏ - ବିଶେଷ ଭାବରେ ଏହି ସମ୍ପ୍ରଦାୟଗୁଡ଼ିକର ଉନ୍ନତି ପାଇଁ ଶ୍ରୀ ଅନ୍ନ ଅଭିଯାନ ଆରମ୍ଭ କରାଯାଇଥିଲା।

କ୍ଷେତ୍ର କାର୍ଯ୍ୟାନ୍ୱୟନର ମେରୁଦଣ୍ଡ - କୃଷକ ଉତ୍ପାଦକ ସଂଗଠନ ଏବଂ ଉଜଚ ମାନଙ୍କର ଅପସାରଣ: ୨୦୧୭-୧୮ ବର୍ଷରୁ, ସରକାରୀ କାର୍ଯ୍ୟକ୍ରମ ଏବଂ କ୍ଷୁଦ୍ର ଓ ନାମକୁ ମାତ୍ର ଚାଷୀଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବା ପାଇଁ ଏହି ଯୋଜନା ସୁବିଧା ପ୍ରଦାନକାରୀ ପ୍ରତିଷ୍ଠାନ(ପ୍ରତି ବ୍ଲକରେ ଗୋଟିଏ), ୠଚଙ ଏବଂ ଉଜଚ ଉପରେ ନିର୍ଭର କରିଆସୁଛି। ନୂତନ ନିର୍ଦ୍ଦେଶରେ ୠଚଙ ଏବଂ ଉଜଚ ପ୍ରତ୍ୟାହାର କରାଯାଇଛି କିନ୍ତୁ ବ୍ୟବସ୍ଥାରେ ସଂସ୍କାର ଆଣିବା ପରିବର୍ତେ, ସରକାର କ୍ଷେତ୍ରସ୍ତରୀୟ ସହାୟତାକୁ ସମ୍ପୂର୍ଣ୍ଣ ଭାବରେ ପରିତ୍ୟାଗ କରିବାକୁ ବାଛିଛନ୍ତି।

ଏକ ଯୋଜନା ଯାହା କାମ କରୁଥିଲା - ଭାଙ୍ଗି ଦିଆଯାଉଛି: ଆର୍ôଥକ ବର୍ଷ ୨୦୨୫-୨୬ ରେ, ଏହି ଯୋଜନା ଏହାର ଲକ୍ଷ୍ୟର ୮୮% (୧.୫ ଲକ୍ଷ ହେକ୍ଟର ଲକ୍ଷ୍ୟ ବଦଳରେ ୧.୩୨ ଲକ୍ଷ ହେକ୍ଟର) ହାସଲ କରିଥିଲା, ୬.୯୨ ଲକ୍ଷ କ୍ୱିଂଟାଲ ମାଣ୍ଡିଆ(ଲକ୍ଷ୍ୟର ୯୨.୬୭%) ସଂଗ୍ରହ କରିଥିଲା ଏବଂ ଚଊଝ ଏବଂ ଚ୍ୟାନେଲ ମାଧ୍ୟମରେ ମାଣ୍ଡିଆ ବଂଟନ କରିଥିଲା। ବିଫଳ ହୋଇଥିବା ଉପାଦାନଗୁଡ଼ିକ ହେଉଛି ମାଣ୍ଡିଆ ସେବା କେନ୍ଦ୍ର(୦%), ମୁଖ୍ୟତଃ ଧାନ ଓ ମାଣ୍ଡିଆ ପ୍ରକ୍ରିୟାକରଣ କେନ୍ଦ୍ର(୩୧.୫%), ଏବଂ ଓଉଇଜ-ଓଓଗଜ ସହଯୋଗ(୦%) - ସମସ୍ତ ଭିତିଭୂମି-ସ୍ତରୀୟ ବିଳମ୍ବ, ଚାଷୀ-ସ୍ତରୀୟ ବିଫଳତା ନୁହେଁ।

ଅମଲାତନ୍ତ୍ର ବିଫଳତା ହେତୁ ଚାଷୀମାନଙ୍କୁ ଦଣ୍ଡ ଦେବା ଏକ ଭୁଲ ନିର୍ଦେଶ: ଭିତିଭୂମି ଉପାଦାନଗୁଡ଼ିକୁ ପଛରେ ପକାଇ ଦେଉଥିବା ସାଂଗଠନିକ ପ୍ରତିବନ୍ଧକଗୁଡ଼ିକୁ ସମାଧାନ କରିବା ପରିବର୍ତେ, ସରକାର ସାମଗ୍ରିକ ଯୋଜନା ବଜେଟ୍ ହ୍ରାସ କରି ଆଦିବାସୀ ଏବଂ କ୍ଷୁଦ୍ର ଚାଷୀମାନଙ୍କୁ ଦଣ୍ଡିତ କରିଛନ୍ତି। ୧୫୫୦ଟି ଫସଲ କଟା ପରୀକ୍ଷଣ, ୧୫୫ଟି କ୍ଷେତ ଦିବସ ଏବଂ ଚାଷୀ ତାଲିମ କାର୍ଯ୍ୟକ୍ରମ ଯାହା ତୃଣମୂଳ ସ୍ତରୀୟ ଚାଷୀମାନେ ସିଧାସଳଖ ଲାଭ ପାଉଥିଲେ ବର୍ତମାନ ଚାଷୀମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେବେ।

ଅଣ-ମାଣ୍ଡିଆ ଫସଲ ଆହୁରି ଅବହେଳିତ: ଆଦିବାସୀ ଅଂଚଳରେ ଖାଦ୍ୟ ବିବିଧତା ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଆଁ, କାଙ୍ଗୁ, ଖିରା ଏବଂ ଜନ୍ନା ସମେତ ଅଣ-ମାଣ୍ଡିଆ ଚାଷର ଅଂଶ ପ୍ରାୟ ୧,୦୦,୦୦୦ ହେକ୍ଟର ମୋଟ ଲକ୍ଷ୍ୟ ମଧ୍ୟରୁ ୧୭,୬୮୦ ହେକ୍ଟରର ଲକ୍ଷ୍ୟ ହାସଲ କରାଯାଇଅଛି, 'ମାଣ୍ଡିଆ ବର୍ଷ' ଐତିହ୍ୟ ବିଷୟରେ ସରକାରୀ ବାର୍ତା ସତ୍ୱେ କୌଣସି ଉତ୍ସର୍ଗୀକୃତ ବଜେଟ୍ ବୃଦ୍ଧି କରାଯାଇ ନାହିଁ।

ସରକାର ଶ୍ରୀ ଅନ୍ନ ଯୋଜନାକୁ ସମର୍ଥନ କରୁଥିବାର ଦାବି କରୁଛନ୍ତି କିନ୍ତୁ ପରିସଂଖ୍ୟାନ ଭିନ୍ନ କାହାଣୀ କହୁଛି। ଯେତେବେଳେ ଏକ ଯୋଜନା ୯୩% ହାରରେ ସଫଳତା ଦେଖାଉଛି ତଥାପି ଏହାର ବଜେଟ୍ କାଟ୍ ଖାଉଛି, ସେପରି କ୍ଷେତ୍ରରେ ଆଦିବାସୀ ଜିଲ୍ଲାଗୁଡ଼ିକ ତାର ଧାର୍ଯ୍ୟ ହାସଲ କରୁଥିବା କ୍ରମରେ ପାଣ୍ଠି ପାଇବାରୁ ବଂଚିତ କରାଯାଉଛି, ଏହା ଯୋଜନା ପୃଷ୍ଟରେ କିଛି ଗଭୀର ଭୁଲ ଥିବା ଦର୍ଶାଉଛି।’

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande