ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରେ ଧାମନଗର ବିଧାନସଭା କ୍ଷେତ୍ରର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମନ୍ତୀ ସୂର୍ଯ୍ୟବଂଶୀ ସୂରଜ
ଜନକଲ୍ୟାଣ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ପ୍ରତିବଦ୍ଧ: ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର, 14 ମଇ (ହି.ସ.) : ରାଜ୍ୟର ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ଭବନରେ ଆୟୋଜିତ ଧାମନଗର ନିର୍ବାଚନ ମଂଡଳି ବିକାସ ସମିତିର ଏକ ସମୀକ୍ଷ
ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରେ ଧାମନଗର ବିଧାନସଭା କ୍ଷେତ୍ରର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମନ୍ତୀ ସୂର୍ଯ୍ୟବଂଶୀ ସୂରଜ


ଜନକଲ୍ୟାଣ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ପ୍ରତିବଦ୍ଧ: ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର, 14 ମଇ (ହି.ସ.) : ରାଜ୍ୟର ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ଭବନରେ ଆୟୋଜିତ ଧାମନଗର ନିର୍ବାଚନ ମଂଡଳି ବିକାସ ସମିତିର ଏକ ସମୀକ୍ଷା ବୈଠକରେ ଧାମନଗର ବିଧାନସଭା କ୍ଷେତ୍ରରେ ଚାଲୁଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ପ୍ରଗତିର ସମୀକ୍ଷା କରିଛନ୍ତି।

ବୈଠକରେ ଆଗାମୀ ଦିନଗୁଡ଼ିକରେ କାର୍ଯ୍ୟକରୀ କରାଯିବାକୁ ଥିବା ନୂତନ ପ୍ରସ୍ତାବ ଓ ଯୋଜନା ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା।

ଏହି ଅବସରରେ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ସରକାରଙ୍କ ପ୍ରତ୍ୟେକ ଯୋଜନା ଓ ପଦକ୍ଷେପକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପ୍ରଭାବଶାଳୀ ଭାବେ ପହଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରାଯିବ। ସେ କହିଥିଲେ ଯେ, ଧାମନଗର ବିଧାନସଭା କ୍ଷେତ୍ର ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିକାଶ କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନେବା ପାଇଁ ସରକାର ପ୍ରତିବଦ୍ଧ ଅଟନ୍ତି।ଜନହିତକର ଯୋଜନାଗୁଡ଼ିକୁ ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande