
ଭୁବନେଶ୍ୱର, 14 ମଇ (ହି.ସ.) ବିରୋଧୀ ଦଳ ନେତା ଏବଂ ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଉତ୍ତର ପ୍ରଦେଶରେ ଝଡ଼-ବର୍ଷା କାରଣରେ ଘଟିଥିବା ଜୀବନ ହାନି ଉପରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପଟ୍ଟନାୟକ ଏହି ଦୁର୍ଘଟଣାକୁ ଅତ୍ୟନ୍ତ ବେଦନାଦାୟକ ବୋଲି କହି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ପ୍ରାକୃତିକ ବିପର୍ଯ୍ୟୟରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପରିବାର ପ୍ରତି ତାଙ୍କର ଗଭୀର ସହାନୁଭୂତି ରହିଛି। ଏହାସହିତ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ ସେ ପ୍ରାର୍ଥନା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ