କ୍ୱାକ କବ୍ଜାରେ ବଲାଙ୍ଗୀର ଜିଲ୍ଲା, ମିଳୁଛି ଅଭୟ ବର
ବଲାଙ୍ଗିର, ୧୪ ମଇ(ହି.ସ.) – ବଲାଙ୍ଗୀର ଜିଲ୍ଲାରେ ଚିକିତ୍ସା ନାଁରେ ବେଆଇନ କ୍ୱାକ ଚିକିତ୍ସା ଏବେ ଏକ ସାଂଘାତିକ ଧାରଣ କରିଛି। ଗାଁ ଗାଁରେ ଛତୁ ଫୁଟିଲା ଭଲି କ୍ୱାକମାନେ ନିଜର ପତିଆରା ଜାହିର କରିଥିବା ବେଳେ ସେମାନଙ୍କୁ ରୋକିବାରେ ବିଭାଗିୟ ଅଧିକାରୀ ମାନେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ନିକଟରେ ଜଣେ
କ୍ୱାକ କବ୍ଜାରେ ବଲାଙ୍ଗୀର ଜିଲ୍ଲା, ମିଳୁଛି ଅଭୟ ବର


ବଲାଙ୍ଗିର, ୧୪ ମଇ(ହି.ସ.) – ବଲାଙ୍ଗୀର ଜିଲ୍ଲାରେ ଚିକିତ୍ସା ନାଁରେ ବେଆଇନ କ୍ୱାକ ଚିକିତ୍ସା ଏବେ ଏକ ସାଂଘାତିକ ଧାରଣ କରିଛି। ଗାଁ ଗାଁରେ ଛତୁ ଫୁଟିଲା ଭଲି କ୍ୱାକମାନେ ନିଜର ପତିଆରା ଜାହିର କରିଥିବା ବେଳେ ସେମାନଙ୍କୁ ରୋକିବାରେ ବିଭାଗିୟ ଅଧିକାରୀ ମାନେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ନିକଟରେ ଜଣେ ନିରୀହ ବୃଦ୍ଧଙ୍କ ଜୀବନ ଯିବା ପରେ ଏହି ସମ୍ବେଦନଶୀଳ ଘଟଣା ଏବେ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟଦକ୍ଷତା ପ୍ରଶ୍ନ ବାଚି ସୃଷ୍ଟି କରିଛି। ଦେଖିବାକୁ ଗଲେ ଜଣେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମୁଖ୍ୟ ଦାୟିତ୍ୱ ହେଉଛି ନିଜ ଅଂଚଳରେ ଚାଲିଥିବା ସମସ୍ତ ବେଆଇନ କାର୍ଯ୍ୟକଳାପ ଉପରେ ନଜର ରଖିବା। କେଉଁଠି କେତେ କ୍ୱାକ୍ ଅଛନ୍ତି ଏବଂ କେଉଁଠାରେ ବେଆଇନ ଭାବେ ମେଡିକାଲ ଷ୍ଟୋର ରହିଛି। ସେ ସଂପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରି ସିଡିଏମଓଙ୍କୁ ଅବଗତ କରାଇବା। ଯଦି ଗ୍ରାଉଣ୍ଡରୁ ଏହି ସୂଚନା ସଠିକ ସମୟରେ ପ୍ରଶାସନ ପାଖରେ ପହଂଚନ୍ତା। ତେବେ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ, ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଳାପାଲ ମିଳିତ ଟିମ ଚଢାଉ କରି ଏହି ମୃତ୍ୟୁର ବେପାରକୁ ବନ୍ଦ କରିପାରନ୍ତେ। ବଲାଙ୍ଗୀର ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଘଟିବା ଏକ ସାଧାରଣ କଥା ହୋଇଗଲାଣି। କିଛିବର୍ଷ ପୂର୍ବେ ଏହି ମୁରିବାହାଲ ବ୍ଳକ ଚଣାବାହାଲ, ତୁରେକେଲା ବ୍ଲକ ଳର୍କି ଓ ସିନ୍ଧେକେଲା ରେ କ୍ୱାକ ଚିକିତ୍ସାରେ ନିରୀହ ଜୀବନ ଯାଇଥିବା ନଜର ରହିଛି। ବାରମ୍ବାର ନିରୀହ ଳୋକଙ୍କ ଜୀବନ ଯାଇଥିଲେ ମଧ୍ୟ ଜିଲ୍ଲା ଅଧିକାରୀ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ନୀରବତା ସନ୍ଦେହ ଜନକ। ଜଣେ ଦାୟିତ୍ୱବାନ ଅଧିକାରୀ ଭାବେ ସେ ନିଜେ ଅଂଚଳର ସ୍ଥିତି ସମ୍ପର୍କରେ ଅୱ ରହିବା କେବଳ କର୍ତବ୍ୟରେ ଅବହେଳା ନୁହେଁ। ବରଂ ଏହାକୁ ଏକ ଅପରାଧ ବୋଲିି ବିବେଚନା କରାଯିବା ଉଚିତ୍ ବୋଲି ସାଧାରଣରେ ମତପ୍ରକାଶ ପାଇଛି, କେବଳ ଚଢାଉ ନୁହେଁ ବରଂ ଏହି ଜାଲ ଡାକ୍ତରମାନଙ୍କ ବିରୋଧରେ କଠୋର ଆଇନଗତ ଦଫା ଲଗାଯାଇ ଗିରଫ କରାଯିବା ଆବଶ୍ୟକ। ଯେପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମାନେ ନିଜ ଅଂଚଳ ପରିଦର୍ଶନ କରି ସଠିକ୍ ତଥ୍ୟ ଉପରିସ୍ଥ କର୍ତୃପକ୍ଷଙ୍କୁ ପ୍ରଦାନ କରିନାହାନ୍ତି ସେପର୍ଯ୍ୟନ୍ତ ଏହି କ୍ୱାକ୍ମାନଙ୍କ ପ୍ରାଦୁର୍ଭାବ କମିବ ନାହିଁ ଗାଁ ଗାଁରେ ଆଶା କର୍ମୀ ନିଯୁକ୍ତି ଅଛନ୍ତି। ତାଙ୍କ ଜରିଆରେ ସୂଚନା ଦିଆଗଲେ କ୍ୱାକ ସଂପର୍କରେ ଅଧିକ ତଥ୍ୟ ପାଇପାରନ୍ତେ ବୋଲିି ବୁଦ୍ଧିଯିବି ପ୍ରକାଶ କରିଛନ୍ତି। ଗ୍ରାମାଂଚଳର ଳୋକଙ୍କୁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଭରସା କରିବାକୁ ଏବଂ କ୍ୱାକ୍ମାନଙ୍କ ପାଖକୁ ନଯିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯିବା, ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇ ଦୋଷୀ ଏବଂ ଜାଲ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁଁ ସାଧାରଣରେ ଦାବି ହେଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande