
ଜୟପୁର, ୧୪ ମଇ(ହି.ସ.) – ଜୟପୁର ଡିପି ଏକାଡେମୀ ପକ୍ଷରୁ ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳୀ ବିଜୟ କୁମାର ପଟ୍ଟନାୟକ(ନିନିବାବୁ)ଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଗତ କିଛି ଦିନ ଧରି ସ୍ୱର୍ଗତ ପଟ୍ଟନାୟକ ଚିକିତ୍ସାଧିନ ଥିବା ବେଳେ ଗତକାଲି ତାଙ୍କର ପରଲୋକ ହୋଇଯାଇଛି। ଆଜି ଡିପି ଏକାଡେମୀର ସୁବ୍ରତ ପଣ୍ତା ଓ ଦେବଦତ ଦାସ ଆଜି ଡିପି ଏକାଡେମୀରେ ଗୋଟିଏ ଦିନ ଖେଳ ବନ୍ଦ କରି ଶୋକ ଜଣାଇଥିଲେ। ଉପସ୍ଥିତ ଖେଳାଳୀ ମାନେ ସ୍ୱର୍ଗତ ପଟ୍ଟନାୟକଙ୍କ ଅମରଆତ୍ମାର ସଦଗତୀ କାମନା କରିବା ସହ ତାଙ୍କ ପରିବାରଙ୍କୁ ସମବେଦନା ଜଣାଇଥିଲେ। ସ୍ୱର୍ଗତ ପଟ୍ଟନାୟକ ପେ?ରପାଳିକାର ଅବସରପ୍ରାପ୍ତ କର୍ମଚାରୀ ଥିବାବେଳେ ସେ ଜୟପୁର ସହରର ଭଲ ବ୍ୟାଡମିଣ୍ଟନ ଖେଳାଳୀ ଭାବେ ପରିଚିତ ବୋଲି ଖେଳାଳୀ ମାନେ ପ୍ରକାଶ କରିଛନ୍ତି। ଏହି ଶୋକସଭାରେ ନିମେଇ ଚରଣ ଦାସ, ୱାଇ ପ୍ରଭାକର, ବୃନ୍ଦାବନ ସାହୁ, ସନ୍ଦୀପ ପଟ୍ଟନାୟକ, ବି. ପ୍ରସାଦ, କୃଷ୍ଣ ଚନ୍ଦ୍ର ଦାସ, ଗେ?ରୀ ପ୍ରସାଦ ପଟ୍ଟନାୟକ, ସୁବାସ ବେହେରା ଓ ଅନ୍ୟ ଖେଳାଳୀ ମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି