ଜଗଦଲପୁର – ଦିଲ୍ଲୀ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନଊ ୨୧ ତାରିଖରେ ଯାତ୍ରା
ଜୟପୁର, ୧୪ ମଇ(ହି.ସ.) – ଛତିଶଗଡ ରାଜ୍ୟର ଜଗଦଲପୁର ଠାରୁ ଦିଲ୍ଲୀକୁ ଆସନ୍ତା ୨୧ ତାରିଖରେ ସ୍ୱତନ୍ତ୍ର ଗ୍ରୀଷ୍ମକାଳୀନ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବା ନେଇ ରେଳବିଭାଗ ପ କ୍ଷରୁ ଘୋଷଣା କରାଯାଇଛି। ଏହି ଟ୍ରେନ ଜଗଦଲପୁର ଠାରୁ ଆସନ୍ତା ୨୧ ତାରିଖ ପୂର୍ବାହ୍ନ ୧୧ ଟା ସମୟରେ ଯାତ୍ରା ଆରମ୍ଭ କରିବ ଓଡିଶା
ଜଗଦଲପୁର – ଦିଲ୍ଲୀ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନଊ ୨୧ ତାରିଖରେ ଯାତ୍ରା


ଜୟପୁର, ୧୪ ମଇ(ହି.ସ.) – ଛତିଶଗଡ ରାଜ୍ୟର ଜଗଦଲପୁର ଠାରୁ ଦିଲ୍ଲୀକୁ ଆସନ୍ତା ୨୧ ତାରିଖରେ ସ୍ୱତନ୍ତ୍ର ଗ୍ରୀଷ୍ମକାଳୀନ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବା ନେଇ ରେଳବିଭାଗ ପ କ୍ଷରୁ ଘୋଷଣା କରାଯାଇଛି। ଏହି ଟ୍ରେନ ଜଗଦଲପୁର ଠାରୁ ଆସନ୍ତା ୨୧ ତାରିଖ ପୂର୍ବାହ୍ନ ୧୧ ଟା ସମୟରେ ଯାତ୍ରା ଆରମ୍ଭ କରିବ ଓଡିଶାର ଏକମାତ୍ର କୋରାପୁଟ ଷ୍ଟେସନରେ ମଧ୍ୟାହ୍ନ ଗୋଟାଏ ପହଂଚିି ପୁଣି ୨୦ ମିନିଟ ରହଣି ପରେ ଯାତ୍ରା ଆରମ୍ଭ କରିବ। ଜଗଦଲପୁର–ଦିଲ୍ଲୀ ମଧ୍ୟରେ ଦେଶର ମାତ୍ର ୬ଟି ଷ୍ଟେସନରେ ରହଣି କରିବା ରେ ୨୩ ତାରିଖ ପୂର୍ବାହ୍ନ ୯ଟାରେ ଏହା ଦିଲ୍ଲୀର ନିଜାମଉଦ୍ଧିନ ଷ୍ଟେସନରେ ପହଂଚିବ। ଏହାପରେ ପୁଣି ୨୫ ତାରିଖ ମଧ୍ୟ ରାତ୍ର ୨ଟା ସମୟରେ ଦିଲ୍ଲୀର ନିଜାମଉଦ୍ଧିନ ଷ୍ଟେସନରୁ ଯାତ୍ରୀ ଆରମ୍ଭ କରିବା ସହିତ ୨୬ ତାରିଖରେ କୋରାପୁଟ ଷ୍ଟେସନରେ ରାତି ୮ ସମୟରେ ପହଂଚି ୨୦ ମିନିଟ ରହଣି ପରେ ଜଗଦଲପୁର ଯାତ୍ରା ଆରମ୍ଭ କରିବା ସହିତ ରାତି ୧୧ ଟା ସମୟରେ ଜଗଦଲପୁର ରେ ପହଂଚିବ। ୧୮ଟି ବଗି ବିଶିଷ୍ଟ ଏହି ଟ୍ରେନ ଦୀର୍ଘ ୧୯୯୪ କିଲୋମିଟର ଯାତ୍ରା ପାଇଁ ପ୍ରାୟ ୪୬ ଘଂଟା ସମୟ ଲାଗିବ। ଏହିପରି ସ୍ୱତନ୍ତ୍ର ଟ୍ରେନକୁ ନେଇ ସାଧାରଣରେ ଖୁସି ପ୍ରକୋଟ କରାଯାଇଥିଲେ ସୁଦ୍ଧା ଜୟପୁର ଷ୍ଟେସନରେ ରହଣି ପାଇଁ ସାଧାରଣରେ ଦାବି ହୋଇଛି। ଜୟପୁର ଷ୍ଟେସନରେ ରହଣି ପାଇଁ ଦାବି କାରାଯାଇଥିବା ବେଳେ ଏହା ଦ୍ୱାରା ପୋଡଶୀ ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାର ସାଧାରଣ ଯାତ୍ରୀ ମଧ୍ୟ ଏହି ଟ୍ରେନରେ ଯାତ୍ରା ସୁବିଧା ପାଇବେ ବୋଲି ଯୁକ୍ତି କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande