
ଭୁବନେଶ୍ୱର, 14 ମଇ (ହି.ସ.) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଗୁରୁବାର ଭଦ୍ରକ ସିଏ଼ଡି ଡିଭିଜନର ଜୁନିୟର ଇଞ୍ଜିନିୟର ବିଜୟ କୁମାର ମହାନ୍ତି ଙ୍କ ଘର ସମେତ ବିଭିନ୍ନ ଠିକଣାରେ ଏକାସାଥିରେ ଚଢ଼ାଉ କରିଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଭିଜିଲାନ୍ସ ସୂତ୍ର ଅନୁଯାୟୀ, ଏହି ତଲାସୀ ଅଭିଯାନ ବିଶେଷ ନ୍ୟାୟାଧୀଶ, ଭିଜିଲାନ୍ସ, ବାଲେଶ୍ୱରଙ୍କ ଦ୍ୱାରା ଜାରି ସର୍ଚ୍ଚ ଓର୍ଡର ଆଧାରରେ ଚାଲିଛି। ଏହି କାର୍ଯ୍ୟରେ ଚାରିଜଣ ଡିଏସପି , ଚାରିଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି।
ଭଦ୍ରକ ସହରର ସମରାଇପୁର ସ୍ଥିତ ତାଙ୍କର ତିନି ମହଲା ଘର, ବାଲେଶ୍ୱର ଜିଲ୍ଲାର ବସ୍ତା ଅଞ୍ଚଳର ନରସିଂହଡିହା ସ୍ଥିତ ପୈତୃକ ଦୁଇ ମହଲା ଘର, ଭଦ୍ରକ ସ୍ଥିତ ତାଙ୍କର କାର୍ଯ୍ୟାଳୟ ଏବଂ ଭୁବନେଶ୍ୱରର ମାଳିପଡ଼ାରେ ଜଣେ ଆତ୍ମୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି । ।
ଅଧିକାରୀମାନେ ଦଲିଲପତ୍ର ଏବଂ ସମ୍ପତ୍ତିର ଯାଞ୍ଚ କରୁଥିବା ସହ ଏହି ତଲାସୀ ଅଭିଯାନ ଚାଲୁ ରହିଛି। ଖବର ଲେଖାଯାଉଥିବା ସମୟ ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ