ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷୀ ଓ ଗ୍ରାମବାସୀ ହନ୍ତସନ୍ତ
ନରସିଂହଙ୍କୁ ଅଭିଯୋଗ କଲେ ଉଚ୍ଛବପାଲି ଓ ଉପରବାହାଲ ଗ୍ରାମବାସୀ ଅଭିଯୋଗ ପରେ ମଧ୍ୟ ତତ୍ପରତା ଦେଖାଉ ନାହିଁ ପ୍ରଶାସନ - ନରସିଂହ ବଲାଙ୍ଗୀର, ୧୪ ମଇ(ହି.ସ.) – ଲୋଇସିଂହା ବ୍ଲକ ଉପରବାହାଲ ପଂଚାୟତର ଉଚ୍ଛବପାଲି ଠାରେ ପଥରକୁଆରି ବ୍ଲାଷ୍ଟିଂ ଯୋଗୁଁ ଚାଷୀ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି। ଏହାକୁ
ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷୀ ଓ ଗ୍ରାମବାସୀ ହନ୍ତସନ୍ତ ନରସିଂହ ଙ୍କୁ ଅଭିଯୋଗ କଲେ ଉଚ୍ଛବପାଲି ଓ ଉପରବାହାଲ ଗ୍ରାମବାସୀ ଅଭିଯୋଗ ପରେ ମଧ୍ୟ ତତ୍ପରତା ଦେଖାଉ ନାହିଁ ପ୍ରଶାସନ - ନରସିଂହ


ନରସିଂହଙ୍କୁ ଅଭିଯୋଗ କଲେ ଉଚ୍ଛବପାଲି ଓ ଉପରବାହାଲ ଗ୍ରାମବାସୀ

ଅଭିଯୋଗ ପରେ ମଧ୍ୟ ତତ୍ପରତା ଦେଖାଉ ନାହିଁ ପ୍ରଶାସନ - ନରସିଂହ

ବଲାଙ୍ଗୀର, ୧୪ ମଇ(ହି.ସ.) – ଲୋଇସିଂହା ବ୍ଲକ ଉପରବାହାଲ ପଂଚାୟତର ଉଚ୍ଛବପାଲି ଠାରେ ପଥରକୁଆରି ବ୍ଲାଷ୍ଟିଂ ଯୋଗୁଁ ଚାଷୀ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି। ଏହାକୁ ନେଇ କିଛି ବର୍ଷ ପୂର୍ବେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କୁ ଅଭିଯୋଗ କରିଥିଲେ ଗ୍ରାମବାସୀ ତତ୍କାଳିନ ଉପଜିଲ୍ଲାପାଳଙ୍କୁ ଏ ସମ୍ବନ୍ଧରେ ଅଭିଯୋଗ ଓ ଅବଗତ କରାଯାଇଥିଲା। କିଛି ମାସ ପଥର ବ୍ଲାଷ୍ଟିଂ କାମ ବନ୍ଦ ହୋଇଥିଲା କିନ୍ତୁ ପୁଣି ତିନି ଚାରି ବର୍ଷ ହେବ ଏ ଅଂଚଳରେ ପଥର କୁଆରିରେ ବ୍ଲାଷ୍ଟିଂ ରେ ଲିଜଧାରୀଙ୍କ ଦ୍ୱାରା ପଥର ଖନନ ପାଇଁ ବ୍ଲାଷ୍ଟିଂ ଯୋଗୁଁ ସ୍ଥାନୀୟ ଲୋକେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି ଚାଷ ଜମି ଗୁଡିକରେ ପଥର ଏପଟ ସେପଟେ ପଡୁଥିବାରୁ ଚାଷ ନଷ୍ଟ ହେବା ସହିତ ଚାଷ କାମ ପାଇଁ ଜମିକୁ ଯିବା ପାଇଁ ଚାଷୀମାନେ ଡରୁଛନ୍ତି। ଏହାକୁ ନେଇ ଉପରବାହାଲ ପଂଚାୟତର ଉଚ୍ଛବପାଲି ଓ ଉପରବାହାଲରୁ ଚାଷୀ ଓ ଗ୍ରାମବାସୀମାନେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ପାଖକୁ ପୁଣିଥରେ ଆସି ଅଭିଯୋଗ କରିଛନ୍ତି। ସେମାନେ ଜଣାଇଛନ୍ତି ଯେ ଚାଷ ଜମି ନଷ୍ଟ ହେବା ସହ ସେଠାକାର ରେଡ ରାସ୍ତା ତଥା ବାସଗୃହ ଗୁଡିକ ଭୟଙ୍କର ବିସ୍ପୋରଣ ପ୍ରଭାବରେ କାନ୍ଥ ଗୁଡିକ ଚିରି ହୋଇଯାଉଛି। ଛୋଟ ଛୋଟ ଛୁଆମାନେ ସ୍କୁଲ କୁ ଯିବା ପାଇଁ ଡରୁଛନ୍ତି । ତେଣୁ ଏହା ଶିଘ୍ର ସମାଧାନ ପାଇଁ ସେମାନେ ଗୁହାରି କରିଥିଲେ। ଏହାର ପ୍ରତିକ୍ରିୟା ରେ ପୂର୍ବତନ ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ଯେ ଏଭଳି ଅସୁବିଧା ସମାଧାନ ଦିଗରେ ପ୍ରଶାସନ ସମ୍ବେଦନଶିଳତା ଦେଖାଇବା କଥା। ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷ ଜମି ନଷ୍ଟ ହେଉଛି। ତା ସହ ପଥରଖଣ୍ଡ ଏପଟ ସେପଟ ଗାଁ ତଥା ଚାଷ ଜମିରେ ପଡୁଥିବାରୁ ଚାଷୀ ଜମିକୁ ଯିବା ପାଇଁ ଭୟ କରୁଛନ୍ତି। ଛୋଟ ଛୁଆ ସ୍କୁଲ ଯିବା ପାଇଁ ମଧ୍ୟ ଭୟଭିତ ହେଉଛନ୍ତି। ଏହାକୁ ନେଇ କିଛି ବର୍ଷ ପୂର୍ବେ ଅଭିଯୋଗ କରାଯାଇଥିଲା କିନ୍ତୁ କିଛି ମାସ ବ୍ଲାଷ୍ଟିଂ ବନ୍ଦ ପରେ ପୁଣି ବ୍ଲାଷ୍ଟିଂ ଜାରି ରହିଛି। ଅଭିଯୋଗ ପାଇଲା ପରେ ମଧ୍ୟ ପ୍ରଶାସନ ସମାଧାନ ଦିଗରେ ତତ୍ପରତା ନ ଦେଖାଇବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମିଶ୍ର କହିଛନ୍ତି। ରାଜସ୍ୱ ଆଦାୟ ପାଇଁ କୌଣସି ମତେ ମଧ୍ୟ ଚାଷୀ ଓ ଲୋକଙ୍କ ଜିବନକୁ ନେଇ ପ୍ରଶାସନ ଖେଳିବା ଉଚିତ ନୁହେଁ ବୋଲି ନିଜ ପ୍ରତିକ୍ରିୟାରେ ଶ୍ରୀ ମିଶ୍ର କହିଛନ୍ତି। ତେଣୁ ଏହି କୁଆରି ଗୁଡିକ ପଥର ବ୍ଲାଷ୍ଟିଂ ବନ୍ଦ କରିବା ପାଇଁ ପ୍ରଶାସନ ଶିଘ୍ର ପଦକ୍ଷେପ ନେବା ଉଚିତ। ପୂର୍ବତନ ଆଇନମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଅଭିଯୋଗ କଲାବେଳେ ଉଚ୍ଛବପାଲି ର ସୁରେଶ ବେହେରା, କିରନ ବେହେରା, ସରୋଜ ପାତ୍ର, ଆନନ୍ଦ ପାତ୍ର, ଅରୁଣ ପାତ୍ର, ଉପରବାହାଲ ର ବାସୁଦେବ ପ୍ରଧାନ, ରାମଦାଶ ଭୋଇ, ରବିନ୍ଦ୍ର ବିଶ୍ୱାଲ, ବିରଂଚି ପ୍ରଧାନ, ଚକାମନ ବିଶ୍ୱାଲ, ଫକିିର ବିଶ୍ୱାଲ ଏବଂ ମାଗୁରବେଡା ସରପଂଚ ସଂଜୟ ଗଡତ୍ୟା ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande