
ଭୁବନେଶ୍ୱର, ୧୪ ମଇ (ହି.ସ.)- ରାଜ୍ୟରେ ଅହେତୁକ ବୃଦ୍ଧି ପାଉଥିବା ବଳପୂର୍ବକ ବେଆଇନ ବିସ୍ଥାପନ ସମସ୍ୟାକୁ ନେଇ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭାପତିଙ୍କୁ ଲୋକ ଭବନରେ ସାକ୍ଷାତ କରିଥିଲେ। ରାଜ୍ୟପାଳ ପ୍ରତିନିଧି ଦଳଙ୍କ ଅଭିଯୋଗ ଗୁଡିକ ଶୁଣିଥିଲେ ଏବଂ ବିସ୍ଥାପନର ସମସ୍ତ ବିଷୟକୁ ତର୍ଜମା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।
ଏହି ପ୍ରତିନିଧି ଦଳରେ ପିସିସି ସଭାପତିଙ୍କ ସହ ଓଡିଶା କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡମ, କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ସହ ପ୍ରଭାରୀ ଜେଟି କୁସୁମ କୁମାର, ବିଧାୟକ ତାରା ପ୍ରସାଦ ବାହିନୀପତି, ଅଶୋକ କୁମାର ଦାସ, ସିଏସ୍ ରାଜନ ଏକ୍କା ,ପିସିସି ସଂଗଠନ ପ୍ରଭାରୀ ସନ୍ତୋଷ ସିଂ ସାଲୁଜା , ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ, ପିସିସି ଉପସଭାପତି ସସ୍ମିତା ବେହେରା, ମହିଳା କଂଗ୍ରେସ ଅଧ୍ୟକ୍ଷା ମିନାଷୀ ବାହିନୀପତି, ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ଦେବାଶିଷ ପଟ୍ଟନାୟକ, ସାଧୁ ନେପାକ, କୋଷାଧ୍ୟକ୍ଷ ସିଦ୍ଧାର୍ଥ ଦାସ,ରାଜୀବ ପଟ୍ଟନାୟକ, ସିଦ୍ଧାର୍ଥ ରାଉତରାୟଙ୍କ ସହ କିଛି ବିସ୍ଥାପିତଙ୍କ ପ୍ରତିନିଧି ମଧ୍ୟ ଏହି ଦଳରେ ସାମିଲ ହୋଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା