ଏଣିକି ଗୋଟିଏ ଗାଡି ବ୍ୟବହାର କରିବେ କେ ଭି ସିଂହଦେଓ
ଭୁବନେଶ୍ୱର, ୧୪ ମଇ (ହି.ସ.)- ପାଇଲଟ ଭ୍ୟାନ ଫେରାଇଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ଏଣିକି ମାତ୍ର ଗୋଟିଏ ଗାଡି କରିବେ ବ୍ୟବହାର। ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ପେଟ୍ରୋଲ ଡିଜେଲ ଗାଡି କମ୍ ବ୍ୟବହାର କରିବା ପାଇଁ ଏବଂ ବ୍ୟାଟେରୀ ଗାଡି ଚଢିବା ପାଇଁ। ଇଭି
kv singhdeo


ଭୁବନେଶ୍ୱର, ୧୪ ମଇ (ହି.ସ.)- ପାଇଲଟ ଭ୍ୟାନ ଫେରାଇଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ଏଣିକି ମାତ୍ର ଗୋଟିଏ ଗାଡି କରିବେ ବ୍ୟବହାର। ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ପେଟ୍ରୋଲ ଡିଜେଲ ଗାଡି କମ୍ ବ୍ୟବହାର କରିବା ପାଇଁ ଏବଂ ବ୍ୟାଟେରୀ ଗାଡି ଚଢିବା ପାଇଁ। ଇଭି ନଥିବାରୁ ମୁଁ ହାଇବ୍ରିଡ଼ ଗାଡି ଚଢୁଛି। ଯାହା ସହରରେ ବ୍ୟାଟେରୀ ଏବଂ ଗ୍ରାମାଂଚଳ ଲମ୍ବା ଯାତ୍ରା ବେଳେ ପେଟ୍ରୋଲରେ ଚାଲିବ। ମୁଖ୍ୟମନ୍ତ୍ରୀ ମଧ୍ୟ କାରକେଡରୁ ୫୦ ପ୍ରତିଶତ ହ୍ରାସ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ସମସ୍ତେ ଗ୍ରହଣ କରିବା ଉଚିତ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande