ରାଜ୍ୟରେ ତେଲ ସଙ୍କଟ ନାହିଁ: ଯୋଗାଣ ସଚିବ
ଭୁବନେଶ୍ୱର, ୧୪ ମଇ (ହି.ସ.)- ରାଜ୍ୟରେ ତେଲ ସଙ୍କଟ ଆଦୌ ନାହିଁ ବୋଲି କହିଛନ୍ତି ଯୋଗାଣ ବିଭାଗ ପ୍ରମୁଖ ସଚିବ ସଂଜୟ ସିଂହ। ସେ କହିଛନ୍ତି ରାଜ୍ୟରେ ୨୦ରୁ ୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ୍ ସ୍ଥିତି ଦେଖାଦେଇଛି । ଡ୍ରାଏ ଆଉଟ୍ ସ୍ଥିତି ମ୍ୟାନେଜମେଂଟର ଅଭାବ ଯୋଗୁଁ ଦେଖାଦେଇଛି। ତେଲ ଅଭାବ ଯୋଗୁଁ ଆଦୌ
Petroleum


ଭୁବନେଶ୍ୱର, ୧୪ ମଇ (ହି.ସ.)- ରାଜ୍ୟରେ ତେଲ ସଙ୍କଟ ଆଦୌ ନାହିଁ ବୋଲି କହିଛନ୍ତି ଯୋଗାଣ ବିଭାଗ ପ୍ରମୁଖ ସଚିବ ସଂଜୟ ସିଂହ। ସେ କହିଛନ୍ତି ରାଜ୍ୟରେ ୨୦ରୁ ୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ୍ ସ୍ଥିତି ଦେଖାଦେଇଛି । ଡ୍ରାଏ ଆଉଟ୍ ସ୍ଥିତି ମ୍ୟାନେଜମେଂଟର ଅଭାବ ଯୋଗୁଁ ଦେଖାଦେଇଛି। ତେଲ ଅଭାବ ଯୋଗୁଁ ଆଦୌ ଡ୍ରାଏ ଆଉଟ୍ ସ୍ଥିତି ଦେଖାଦେଇନି। ସ୍ୱାଭାବିକ ସ୍ଥିତିରେ ବି ୨୦/୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ୍ ସ୍ଥିତି ଦେଖାଯାଏ। ଏଭଳି ଡ୍ରାଏ ଆଉଟ୍ ସ୍ଥିତିର ମନିଟରିଂ ଚାଲିଛି, ବ୍ୟବସ୍ଥା କରିବୁ। ଭୟଭୀତ ହୋଇ ଆଦୌ ତେଲ ନକିଣିବାକୁ ଯୋଗାଣ ବିଭାଗ ପ୍ରମୁଖ ସଚିବ ପରାମର୍ଶ ଦେଇଛନ୍ତି। ସେହିପରି ଘରୋଇ ବସ୍ ମାଲିକ ସଂଘର ଆଶଙ୍କା ଭିତିହୀନ, ବସ୍ ଚାଲିବାରେ ଅସୁବିଧା ନାହିଁ ବୋଲି ସେ କହହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande