ପେଟ୍ରୋଲ ଡିଜେଲ ବ୍ୟବହାର ନେଇ ଆସିପାରେ ବଡ଼ ନିଷ୍ପତି
ଭୁବନେଶ୍ୱର, ୧୪ ମଇ (ହି.ସ.)- ପେଟ୍ରୋଲ ଡିଜେଲ ବ୍ୟବହାର ନେଇ ଆଜି ଆସିପାରେ ବଡ଼ ନିଷ୍ପତି। ସରକାରୀ ସ୍ତରରେ କିଛି ବଡ ନିଷ୍ପତି ନେଇ ପାରନ୍ତି ରାଜ୍ୟ ସରକାର। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏଭଳି କିଛି ସଂକେତ ଦେଇଛନ୍ତି। ସେ କହିଛନ୍ତି ପେଟ୍ରୋଲ ଡିଜେଲ ବ୍ୟବହାର କମ୍ କରିବାକୁ ସରକାରୀ ସ୍ତରରେ ଅନେକ
cs


ଭୁବନେଶ୍ୱର, ୧୪ ମଇ (ହି.ସ.)- ପେଟ୍ରୋଲ ଡିଜେଲ ବ୍ୟବହାର ନେଇ ଆଜି ଆସିପାରେ ବଡ଼ ନିଷ୍ପତି। ସରକାରୀ ସ୍ତରରେ କିଛି ବଡ ନିଷ୍ପତି ନେଇ ପାରନ୍ତି ରାଜ୍ୟ ସରକାର। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏଭଳି କିଛି ସଂକେତ ଦେଇଛନ୍ତି। ସେ କହିଛନ୍ତି ପେଟ୍ରୋଲ ଡିଜେଲ ବ୍ୟବହାର କମ୍ କରିବାକୁ ସରକାରୀ ସ୍ତରରେ ଅନେକ ପଦକ୍ଷପ ନିଆଯାଉଛି। ମୁଖ୍ୟମନ୍ତ୍ରୀ କାରକେଡ଼କୁ ଅଧା କରୁଛନ୍ତି। ଆଜି ମଧ୍ୟ ସରକାରୀ ସ୍ତରରେ କିଛି ନିଷ୍ପତି ହେବ। ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ କିଛି ନିର୍ଦ୍ଦେଶ ଜାରି ହୋଇପାରେ। ସରକାରୀ ଗାଡି ପାଇଁ ବି କିଛି କଟକଣା ଆସିପାରେ। ପବ୍ଲିକ ଟ୍ରାନ୍ସପୋର୍ଟ ବାଧ୍ୟତାମୂଳକ ହୋଇପାରେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande