
ବୌଦ୍ଧ, ୧୪ ମେ (ହି.ସ.) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଠିଡିକାଯୋର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ବ୍ଲକ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରଥ ମହୋତ୍ସବ କମିଟି ସଭାପତି ତହସିଲଦାର ତଥା ଦେବୋତର ଅଧିକାରୀ ବଳଦେବ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅଗ୍ନିଶମ କର୍ମଚାରୀ ଚିତରଞ୍ଜନ ମାହାର, କନିଷ୍ଠ ଯନ୍ତ୍ରୀ ବିଦ୍ୟୁତବିଭାଗ ସ୍ୱାସ୍ତିକ ପଲେଇ,ଜିପିଡିଓ ଜିତେନ୍ଦ୍ର କୁମାର ମିଶ୍ର, ପୁରୁଣାକଟକ ଫରେଷ୍ଟର ସୁଶାନ୍ତ କୁମାର ସାହୁ, ବାଣୀଭୂଷଣପୁର ସରପଂଚ ସୌଦାମିନି ମଲ୍ଲିକ , ୱାର୍ଡମେମ୍ବର ମାନଙ୍କ ସହିତ ଡ୍ରାଇଭର ମହାସଂଘ ,ଗ୍ରାମକମିଟି ର ସଭ୍ୟ ସଭ୍ୟା ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ରଥଯାତ୍ରା କମିଟି ସମ୍ପାଦକ ବାମଦେବ ଦାଶ ଗତବର୍ଷର ଆୟବ୍ୟୟ ହିସାବପ୍ରଦାନ ସହ ଚଳିତବର୍ଷ ପାଇଁ ବ୍ୟୟ ଅଟକଳ ଉପସ୍ଥାପନ କରିଥିଲେ । ଚଳିତ ବର୍ଷ ରଥ ମରାମତି, ନୂତନ ନିର୍ମାଣ ଶୈଳୀରେ ରଥ ମରାମତି ପାଣ୍ଠି ସଂଗ୍ରହ, ମୀନା ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ, ଶାନ୍ତି ଶୃଙ୍ଖଳା ,ଗୁଣ୍ଡିଚାମନ୍ଦିର, ମାଉସୀମା ମନ୍ଦିର ପ୍ରସ୍ତୁତି ,ସ୍ନାନ ପୂର୍ଣ୍ଣିମା ପାଳନ ଆଦି ବିଷୟ ଆଲୋଚନା ହୋଇଥିଲା । ପ୍ରତ୍ୟେକ କାର୍ଯ୍ୟ ସୁଚାରୁ ରୂପେ କରିବା ପାଇଁ ଆଲୋଚନା ହୋଇଥିଲା । ବୈଠକରେ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ମଲ୍ଲିକ,କେଦାରେଶ୍ୱର ମନ୍ଦିର ପରିଚାଳନା କମିଟି ସଭାପତି ଜନକ ପାତ୍ର, ସୁବାସ ପ୍ରଧାନ, ସିକନ ନାୟକ,ହରିଶଙ୍କର ସାହୁ, ବେଦବର ପ୍ରଧାନ, ଅର୍ଜୁନ କଁହର, ପବିତ୍ର ପ୍ରଧାନ, ସମ୍ଭାରୁ ଯାନୀ, ପୂର୍ଣଚନ୍ଦ୍ର ମହାରଣା, ପ୍ରମୁଖ ଉପସ୍ଥିତ ଥିଲେ ।
-------------
---------------
ହିନ୍ଦୁସ୍ଥାନ ସମାଚାର / ସମ୍ପତ