
ଭୁବନେଶ୍ୱର, ୧୪ ମଇ (ହି.ସ.)- ଏସଭିପିଏନପିଏ , ହାଇଦ୍ରାବାଦର ୪୮ତମ ଆଇପିଏସ୍ ଇଣ୍ଡକ୍ସନ ଟ୍ରେନିଂ କୋର୍ସର ୧୨ ଜଣ ପ୍ରଶିକ୍ଷାର୍ଥୀ (୧୧ ପୁରୁଷ ଓ ୧ ମହିଳା ଟେନି ଆଇପିଏସ୍ ଅଧିକାରୀ) ଗୁରୁବାର ଦିନ ଭୁବନେଶ୍ୱର-କଟକ ପୋଲିସ୍ କମିଶନରେଟ୍ ପରିଦର୍ଶନ କରିଛନ୍ତି। ସେମାନେ ପୋଲିସ୍ କମିଶନର ସୁରେଶ ଦେବ ଦତ ସିଂହଙ୍କୁ ସାକ୍ଷାତ କରିଥିଲେ ଏବଂ ଅତିରିକ୍ତ ଡିସିିପ ସ୍ୱରାଜ ଦେବତାଙ୍କ ସହ କମିଶନରେଟ୍ ପୋଲିସ୍ ସିଷ୍ଟମ୍ ବିଷୟରେ ବିସ୍ତୃତ ଜ୍ଞାନ ଆହରଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା