

ମାଲକାନଗିରି, ୧୪ ମଇ (ହି.ସ.)- ଜ଼ିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମିଙ୍କ ମାତା ସ୍ବର୍ଗତ ଉଙ୍ଗି ମାଡକାମିଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ଅବସରରେ ଚାଲାଣଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଡଙ୍ଗୋସ୍କାଲ୍ ଗ୍ରାମରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଗ୍ରାମ ଓ ଅଞ୍ଚଳର ବିଭିନ୍ନ ବୁଦ୍ଧିଜୀବୀ, ଦଳୀୟ କର୍ମୀ ଓ ଅଭିଭାବକମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରୂପା ସୋଡି, ଲକ୍ଷ୍ମଣ ସୋଡି, ନବୀନ ବାଞ୍ଜାମି, ଜଗନ୍ନାଥ ପଡ଼ିଆମୀ, ଗାୟତ୍ରୀ ପଡିଆମି, ଲିପି ପଡିଆମି, ରୀତା ମାଡକାମି ଓ ରାଜୁ କୁରାମି ପ୍ରମୁଖ ଥିଲେ।
ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନରେ ଉଚ୍ଚଶିକ୍ଷା ଗ୍ରହଣ କରି ସମାଜ ଓ ଜ଼ିଲ୍ଲାର ନାମ ଉଜ୍ଜ୍ୱଳ କରିବାକୁ ପ୍ରେରଣା ଦେଇଥିଲେ।
କାର୍ଯ୍ୟକ୍ରମରେ ଜ଼ିଲ୍ଲା ବିଜୁ ଜନତା ଦଳ ଉପସଭାପତି ପ୍ରଫୁଲ୍ଲ କୁମାର ପଣ୍ଡା, ବରିଷ୍ଠ ବିଜେଡି ନେତା ତଥା ଆଇନଜୀବୀ ଗୋପାଳ କୃଷ୍ଣ ପଣ୍ଡା, ଆଇନଜୀବୀ ଇର୍ମା ପଡିଆମି, ବ୍ଲକ ସଭାପତି ସର୍ବ କୁମାର ବିଶୋଇ, ପୂର୍ବତନ ଜ଼ିଲ୍ଲା ପରିଷଦ ପ୍ରଶାନ୍ତି ଲତା ବିଶୋଇ, ଜ଼ିଲ୍ଲା ବିଜୁ ଜନତା ଦଳ ସମ୍ପାଦକ କେ. ରାହୁଲ, କଣ୍ଟେଶ୍ୱର ପୋଟଲା, ବି. କାମେଶ୍ୱର ରାଓ, ଯୁବ ନେତା ଗାନ୍ଧୀ କୁମାର ପଣ୍ଡା, ରାକେଶ କୁମାର ମଣ୍ଡଳ, ସୁମନ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।
ଶେଷରେ ସ୍ବର୍ଗତ ଉଙ୍ଗି ମାଡକାମିଙ୍କ ସ୍ମୃତିରେ ସମାଜସେବାମୂଳକ କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ମାନସ ମାଡକାମି ପ୍ରକାଶ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ