୮୧ ଗୋରୁ ସମେତ ଗୋ ବୋଝେଇ ଟ୍ରକ ଜବତ
ଜୟପୁର, ୧୫ ମଇ(ହି.ସ.) – ଜୟପୁର ଠାରୁ ହାଇଦ୍ରାବାଦ ଅଭିନବ ଉପାୟରେ ଗୋ ଚାଲାଣ କରାଯାଉଥିବାବେଳେ ଟାଉନ ପୁଲିସ ଗାଡ଼ି ସହ ୮୧ଟି ଗାଈ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ମଧ୍ୟରାତ୍ରୀରେ ଟାଉନ ପୁଲିସ ପେଟ୍ରୋଲିପ୍ସ କରୁଥିବା ସମୟରେ ସନ୍ଦେହରେ ଏକ(ଟିଜି୧୨ଟି୨୮୫୬) ଗାଡ଼ିର ପିଛା କରି ଗ୍ଲୋକାଲ
ଯୁବକଙ୍କ ଆତ୍ମହତ୍ୟା


ଜୟପୁର, ୧୫ ମଇ(ହି.ସ.) – ଜୟପୁର ଠାରୁ ହାଇଦ୍ରାବାଦ ଅଭିନବ ଉପାୟରେ ଗୋ ଚାଲାଣ କରାଯାଉଥିବାବେଳେ ଟାଉନ ପୁଲିସ ଗାଡ଼ି ସହ ୮୧ଟି ଗାଈ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ମଧ୍ୟରାତ୍ରୀରେ ଟାଉନ ପୁଲିସ ପେଟ୍ରୋଲିପ୍ସ କରୁଥିବା ସମୟରେ ସନ୍ଦେହରେ ଏକ(ଟିଜି୧୨ଟି୨୮୫୬) ଗାଡ଼ିର ପିଛା କରି ଗ୍ଲୋକାଲ ହସ୍ପିଟାଲ ନିକଟରେ ଗାଡ଼ିକୁ ଅଟକାଇ ଯାଂଚ କରିବା ସମୟରେ ସେଥିରେ ୮୧ଟି ବାହାରିଥିଲା। ଏଥିରେ ୭୨ଟି ବଳଦ ଥିବା ବେଳେ୯ଟି ଗାଈକୁ ଅଟକ ରଖି ଗାଡ଼ିରେ ଥିବା ହେଲପର ଡ୍ରାଇଭର ୩ଜଣକୁ ଗିରଫ କରିଥିଲା। ଗିରଫ ଡ୍ରାଇଭର ହେଲପରେମାନେ ହେଲେ ଉତର ପ୍ରଦେଶର ରାସୁତ ଅଲ୍ଲୀ, ସଜିତ ମଲ୍ଲିକ ଓ ସକିନ ଅଲ୍ଲି। ଟାଉନପୁଲିସ ୮୧ଟି ଗାଈଙ୍କୁ ପାଲିଗୁଡ଼ା ଗୋଶାଳାରେ ଛାଡ଼ିଥିବାବେଳେ ୩ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି। ବୋଲି ପୁଲସ ଏସ୍.ଆଇ. ଗୌରାଙ୍ଗ ହାଁସଦା ପ୍ରକାଶ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande