ଆକାଶବାଣୀ ସମ୍ବଲପୁର ପକ୍ଷରୁ ନୂଆଁ ନବେ ଲୋକ ସଂଗୀତ ସମାରୋହ
ଆକାଶବାଣୀ ସମ୍ବଲପୁର ପକ୍ଷରୁ ନୂଆଁ ନବେ ଲୋକ ସଂଗୀତ ସମାରୋହ
ଆକାଶବାଣୀ ସମ୍ବଲପୁର ପକ୍ଷରୁ ନୂଆଁ ନବେ  ଲୋକ ସଂଗୀତ ସମାରୋହ


ସମ୍ବଲପୁର, ୧୫, ମେ (ହି.ସ.) - ଆକାଶବାଣୀର ୯କ୍ଟ ବର୍ଷ ପୂର୍ତି ଅବସରରେ ସମ୍ବଲପୁର କେନ୍ଦ୍ର ପକ୍ଷରୁ ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ଲୋକ ସଂଗୀତ ସମାରୋହ ନୂଆଁ ନବେ ଆୟୋଜନ କରାଯାଇଥିଲା। ଭାରପ୍ରାପ୍ତ କାର୍ଯ୍ୟକ୍ରମ ମୁଖ୍ୟ ସନ୍ତୋଷ ପିଙ୍ଗ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଳ, ପଦ୍ମଶ୍ରୀ କ୍ରିଷ୍ଣା ପଟେଲ ଓ ଆକାଶବାଣୀ ସମ୍ବଲପୁର ର ଅଭିଯାନ୍ତ୍ରିକ ମୁଖ୍ୟ ସନ୍ତୋଷ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଆକାଶବାଣୀ କେବଳ ଶିକ୍ଷା, ସୂଚନା ଓ ମନୋରଞ୍ଜନ ର ମାଧ୍ୟମ ନୁହେଁ ଏହା ଭାଷା, ସଂସ୍କୃତି ଓ ପରମ୍ପରା ର ମୌଳିକତା କୁ ବଂଚେଇ ରଖିବା ସହିତ ଅନେକ ଲୁକ୍କାୟିତ ପ୍ରତିଭା କୁ ଲୋକଲୋଚନ କୁ ଆଣିଥାଏ ଓ ପ୍ରତିଷ୍ଠା ଦେଇଥାଏ ବୋଲି କହିଥିଲେ।

ପ୍ରାରମ୍ଭରେ ଆକାଶବାଣୀ ର ସ୍ୱୀକୃତିପ୍ରାପ୍ତ ସଂଗୀତ ସଂଯୋଜକ ରତନ କୁମାର ପୂଜାହାରୀଙ୍କ ସଂଗୀତ ସଂଯୋଜନା ରେ ବହୁଜନ ହିତାୟେ ବହୁଜନ ସୁଖୟ... ଗୀତ କୁ ପରିବେଷଣ କରି ଆକାଶବାଣୀର ପରିଚୟ ପ୍ରଦାନ କରିଥିଲେ। ପରେ କଣ୍ଠଶିଳ୍ପୀ ପୂର୍ଣ୍ଣପ୍ରଭା ପାଣିଗ୍ରାହୀ ଗାଇଥିବା ଗୀତ ମୁରଲିରେ ମୁରଲିକେ ଧୀରେ ଧୀରେ ବଜା... କୁ ମିନତୀ ପାଣିଗ୍ରାହୀ, ଫକୀର ପଟ୍ଟନାୟକ ଙ୍କର ଲୋକପ୍ରିୟ ଗୀତ ଗଲା ରାତି ଝୁମରା ର ସୁରେ.. ଗୀତକୁ କଣ୍ଠଶିଳ୍ପୀ ଗଗନ ବାଗ, ଲୋକପ୍ରିୟ କଣ୍ଠଶିଳ୍ପୀ କମଳ କୁମାରୀ ବେହେରା ଙ୍କର ଗୀତ ତୁଇ ନୁରୁଥିଲେ ମୁଇଁ ନୁରୁଥିମି... କୁ କଣ୍ଠଶିଳ୍ପୀ ଲିପିକା ବିଭାର, ଲୋକପ୍ରିୟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିଆଲ ଙ୍କର ପୁରୁଣା ଗୀତ ସୁନାଗୁରି ବଉଲ କଷି.. କୁ କଣ୍ଠଶିଳ୍ପୀ ଶତ୍ରୁଘ୍ନ ଲୁହା ପରିବେଷଣ କରିଥିଲେ। ସମାରୋହରେ ଲହରଙ୍ଗା, କୋଲାବିରା, ବାମରାର ବୁଦ୍ଧଦେବ ବୁଦୁଲା ଏବଂ ସାଥୀଙ୍କର ଆଦିବାସୀ କିଷାନ ନୃତ୍ୟ ଓ ଦୀପାଳି ଚୋଧୁରୀ ଓ ସାଥି ଙ୍କର ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ ହୋଇଥିଲା ।

କାର୍ଯ୍ୟକ୍ରମକୁ ଉଦଘୋଷିକା ସନ୍ଧ୍ୟାରାଣୀ ପୃଷ୍ଟି ସଭାକାର୍ଯ୍ୟ ସଂଚାଳନ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକାଶବାଣୀ ର କାର୍ଯ୍ୟକ୍ରମ ସହାୟକ କୈବର୍ତ ସାହୁ ଓ ଉଦଘୋଷିକା ପୁଷ୍ପାଞ୍ଜଳି ଦାସ ସଂଯୋଜନା କରିଥିଲେ । ଏହି ଅବସରରେ ଉତ୍କୃଷ୍ଟ ମାନର କାର୍ଯ୍ୟକ୍ରମ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅଧିକାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ନିଷ୍ପାଦକ ସୌଭାଗ୍ୟ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande