ନାରୀ ଅଧିକାର ଅଭିଯାନ ବିକ୍ଷୋଭ ସମାବେଶ ଆୟୋଜିତ
Bhubaneswar, 15 ମେ (ହି.ସ.) ବିଧାୟକ ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ଵାଳଙ୍କ ନେତୃତ୍ଵରେ ଦେବଗଡ଼ ନିର୍ବାଚନମଣ୍ଡଳୀ ଠାରେ ନାରୀ ଅଧିକାର ଅଭିଯାନ ବିକ୍ଷୋଭ ସମାବେଶ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ ପ୍ରଧାନ, ଜୋନ୍
ନାରୀ ଅଧିକାର ଅଭିଯାନ ବିକ୍ଷୋଭ ସମାବେଶ ଆୟୋଜିତ


Bhubaneswar, 15 ମେ (ହି.ସ.)

ବିଧାୟକ ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ଵାଳଙ୍କ ନେତୃତ୍ଵରେ ଦେବଗଡ଼ ନିର୍ବାଚନମଣ୍ଡଳୀ ଠାରେ ନାରୀ ଅଧିକାର ଅଭିଯାନ ବିକ୍ଷୋଭ ସମାବେଶ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ ପ୍ରଧାନ, ଜୋନ୍ ୧ ଜିଲ୍ଲା ପରିଷଦ ସଦସ୍ୟ ପୁଷ୍ପାଞ୍ଜଳି ସାମଲ, ଜୋନ୍ ୨ ଜିଲ୍ଲା ପରିଷଦ ସଦସ୍ଯ ବର୍ଷା ରାଣୀ ମୁଣ୍ଡା, ବାରକୋଡ଼ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ର, ପାଲଲହଡ଼ା ବ୍ଲକ ଅଧ୍ୟକ୍ଷା ରିନାରାଣୀ ପ୍ରଧାନ, ସମସ୍ତ ସରପଞ୍ଚ ଗଣ ଏକ ଶୋଭାଯାତ୍ରାରେ ଦେବଗଡ଼ ନଗର ପରିକ୍ରମା କରି ଉପଜିଲ୍ଲାପାଳଙ୍କୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande