




ସମ୍ବଲପୁର , ୧୫, ମେ (ହି.ସ.)
ଅଇଁଠାପାଲି ଥାନାରେ ୧୩୮/୨୬ ଓ କ୍ଷେତରାଜପୁର ଥାନାରେ ହୋଇଥିବା ୧୧୦/୨୬ ମାମଲାରେ ପୋଲିସ ବେଶ୍ ବଡ଼ ସଫଳତା ମିଳିଛି । ଅଇଁଠାପାଲି ଥାନା ପୋଲିସ ଏହି ମାମଲାରେ ଗିରଫ କରିଥିବା ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ସମ୍ବଲପୁରର
ବିନୟ ପ୍ରଧାନ, ଲାଲ ମୋହନ ଓ ଭାରତ ସୁନାକୁ ଗିରଫ କରିଥିବା ବେଳେ କ୍ଷେତରାଜପୁର
ଥାନାରେ ରୁଜୁ ଗୋଟିଏ ମାମଲାରେ ବରଗଡର
ନୁରୁଲ ହୁଦାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ମୋଟ ୫ଟି ଅବୈଧ ଅସ୍ତ୍ର ଜବତ (ବନ୍ଧୁକ)
୧୯ ରାଉଣ୍ଡ ଜୀବନ୍ତ ଗୁଳି (ଅଇଁଠାପାଲି ଥାନା ମାମଲାରେ ୧୬ ରାଉଣ୍ଡ ଏବଂ କ୍ଷେତରାଜପୁର ଥାନା ମାମଲାରେ ୩ ରାଉଣ୍ଡ ଗୁଳି) ଗୋଟିଏ ନୀଳ ରଙ୍ଗର ମାରୁତି ସୁଜୁକି ଏସ୍-କ୍ରସ୍ ଗାଡ଼ିକୁ ଜବତ କରାଯାଇଥିବା ଜଣାପଡ଼ିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ