
ଭୁବନେଶ୍ୱର,୧୫ ମଇ (ହି.ସ) - ତୈଳ ଦର ବୃଦ୍ଧି ସହିତ ରାଜ୍ୟରେ ଘରୋଇ ବସ୍ ଭଡା ମଧ୍ୟ ବଢିଛି। ସାଧାରଣ ବସ୍ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୪ ପଇସା ବୃଦ୍ଧି ହୋଇଛି। ସେହିପରି ସୁପର୍ ଡିଲକ୍ସ ପ୍ରିମିୟମ ବସ୍ ଭଡା କିଲୋମିଟର ପିଛା ୬ ପଇସା ବୃଦ୍ଧି ପାଇଛି।
ସାଧାରଣ ବସ୍ ଭଡା ୨ ପଇସା ବଢି ୮୮ ପଇସାରୁ ଏବେ ୯୦ ପଇସାରେ ପହଂଚିଛି। ଏକ୍ସପ୍ରେସ ବସ୍ ଭଡା ଭଡ଼ା ୯୨ ପଇସା ଥିଲା ବେଳେ ୯୪ ପଇସା ହୋଇଛି। ସେହିପରି ଡିଲକ୍ସ ବସ୍ ଭଡା ୧ ଟଙ୍କା ୨୭ ପଇସାରୁ ୧ ଟଙ୍କା ୩୧ ପଇସା , ଏସି ଡିଲକ୍ସ ବସ୍ ଭଡା୧ ଟଙ୍କା ୫୫ ପଇସାରୁ ୧ ଟଙ୍କା ୫୯ ପଇସା ଏବଂ ସୁପର୍ ଡିଲକ୍ସ ପ୍ରିମିୟମ ୨ ଟଙ୍କା ୪୧ ପଇସାରୁ ୨ ଟଙ୍କା ୪୭ ପଇସାକୁ ବଢିଛି।
ଘରୋଇ ବସ୍ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା