ବଲାଙ୍ଗିର ନାଗରିକ କମିଟିର ବର୍ଦ୍ଧିତ କାର୍ଯ୍ୟକାରୀ ସଭା ଗ୍ରୀଷ୍ମକାଳୀନ ବିଶାଖାପାଟନମ୍-ଦିଲ୍ଲୀ ଏକ୍ସପ୍ରେସ (ଟ୍ରେନ ନ, ୦୮୫୧୭) ବଲାଙ୍ଗିର ଠାରେ ରହଣି ପାଇଁ ଦାବୀ
ବଲାଙ୍ଗିର, 15 ମେ (ହି.ସ.) : ସ୍ଥାନୀୟ କୋଲ୍ଡ ଷ୍ଟୋରେଜ ନିକଟସ୍ଥ ନାଗରିକ କମିଟି ସଭାଗୃହରେ ବଲାଙ୍ଗିର ନାଗରିକ କମିଟିର ବର୍ଦ୍ଧିତ କାର୍ଯ୍ୟକାରୀ ବୈଠକ ହୋଇଥିଲା । ଏହି ସଭାରେ ସଭାପତି ଡ. ଶ୍ରୀକର ମିଶ୍ର ଅଧ୍ୟକ୍ଷତା କରିଥିଲେ । ବଲାଙ୍ଗିରରେ ରେଲୱେ ପିଟ୍ ଲାଇନ କରିବା ପାଇଁ ସର୍ବସମ୍ମତି କ୍ରମେ ପ
ବଲାଙ୍ଗିର ନାଗରିକ କମିଟିର ବର୍ଦ୍ଧିତ କାର୍ଯ୍ୟକାରୀ ସଭା ଗ୍ରୀଷ୍ମକାଳୀନ ବିଶାଖାପାଟନମ୍-ଦିଲ୍ଲୀ ଏକ୍ସପ୍ରେସ (ଟ୍ରେନ ନ, ୦୮୫୧୭) ବଲାଙ୍ଗିର ଠାରେ ରହଣି ପାଇଁ ଦାବୀ


ବଲାଙ୍ଗିର, 15 ମେ (ହି.ସ.)

: ସ୍ଥାନୀୟ କୋଲ୍ଡ ଷ୍ଟୋରେଜ ନିକଟସ୍ଥ ନାଗରିକ କମିଟି ସଭାଗୃହରେ ବଲାଙ୍ଗିର ନାଗରିକ କମିଟିର ବର୍ଦ୍ଧିତ କାର୍ଯ୍ୟକାରୀ ବୈଠକ ହୋଇଥିଲା । ଏହି ସଭାରେ ସଭାପତି ଡ. ଶ୍ରୀକର ମିଶ୍ର ଅଧ୍ୟକ୍ଷତା କରିଥିଲେ । ବଲାଙ୍ଗିରରେ ରେଲୱେ ପିଟ୍ ଲାଇନ କରିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହିତ ହୋଇଥିଲା ଏବଂ ଏହି ଦାବି ବହୁ ଦିନର ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ତେଣୁ ପୁଣିଥରେ ରେଲୱେ କତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ସଂପାଦକଙ୍କୁ କ୍ଷମତା ଅର୍ପଣ କରାଯାଇଥିବା ଜଣାଯାଇଛି । ପୁନଶ୍ଚ ଗ୍ରୀଷ୍ମକାଳୀନ ବିଶାଖାପାଟନମ୍-ଦିଲ୍ଲୀ ଏକ୍ସପ୍ରେସ (ଟ୍ରେନ ନ, ୦୮୫୧୭) ଭାୟା ପ୍ରୟାଗରାଜ ଟ୍ରେନ ଚଳାଚଳକୁ ସ୍ୱାଗତ କରିଥିବା ବେଳେ ଟିଟିଲାଗଡ ଓ ବରଗଡରେ ରହଣି ଥିବାର ଘୋଷଣା କରାଯାଇଛି । କିନ୍ତୁ ମଝିରେ ବଲାଙ୍ଗିର ଜିଲ୍ଲା ସଦର ମହକୁମାରେ ରହଣି ପାଇଁ ବ୍ୟବସ୍ଥା ହୋଇନାହିଁ । ତେଣୁ ବଲାଙ୍ଗିରରେ ଏହି ଟ୍ରେନ ରହଣି ପାଇଁ ଦାବି କରାଯାଇଛି । ଅନ୍ୟାନ୍ୟ ଆଲୋଚନା ମଧ୍ୟରେ ବଲାଙ୍ଗିର ପୌରାଂଚଳରେ ବିଭିନ୍ନ ପୋଖରୀମାନଙ୍କ ପଙ୍କୋଧାର ପାଇଁ ପାଣି ନିଷ୍କାସନ କରାଯାଇଛି । କେତେ ଜାଗାରେ କାମ ଆରମ୍ଭ ହୋଇଥିବା ବେଳେ ଅନ୍ୟ କେତେ ପୋଖରୀରେ ପାଣି ସୁଖି ନାହିଁ । ଏହି କାର୍ଯ୍ୟକୁ କାଳ ବିଳମ୍ବ ନ କରି ବର୍ଷା ପୂର୍ବରୁ ଶେଷ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । ପୁନଶ୍ଚ ନାଳ ନର୍ଦ୍ଦମା ସଫାକଲେ ମଧ୍ୟ ମଇଳା ରହିଯାଉଥିବା କେତେକ ସଭ୍ୟଙ୍କ ନଜରକୁ ଆସିଛି । ତାକୁ ଧ୍ୟାନ ଦେଇ ନର୍ଦ୍ଦମା ପାଣି ଯେମିତି କୌଣସି ପୋଖରୀକୁ ନ ପସିବ, ସେଥିପ୍ରତି ଦୃଷ୍ଟି ଦେବାକୁ ପୌରାଧ୍ୟକ୍ଷାଙ୍କୁ ଅନୁରୋଧ କରାଯାଇଛି । ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ସୁବିଧା ଅସୁବିଧା ବୁଝି ତାର ପ୍ରତିକାର କରିବା ପାଇଁ ନାଗରିକ କମିଟିର ସୋସିଆଲମିଡିଆ ସେଲ ଗଠନ କରି ସଭ୍ୟ ଅଂକୁଶ ପାଣ୍ଡିଆଙ୍କୁ ଦାୟିତ୍ୱ ଦିଆଯାଇଛି । ଶ୍ରୀ ପାଣ୍ଡିଆ ଏହି ସେଲ୍ ଜରିଆରେ ନାଗରିକ କମିଟିର କାର୍ଯ୍ୟକ୍ରମକୁ ଲୋକଲୋଚନକୁ ଆଣିବା ସଙ୍ଗେସଙ୍ଗେ ବିଭିନ୍ନ ମିଟିଂ, କନଫରେନ୍ସ ତଥା କର୍ମଶାଳାର ଅୟୋଜନ କରିବା ପାଇଁ ଅନୁରୋଧ କରାଯାଇଛି । ଜିଲ୍ଲାର ସର୍ବବିଧ ଉନ୍ନତି ପାଇଁ ଏଣୁ ଏଣିକି ନାଗରିକ କମିଟିର ବିଭିନ୍ନ ସଭାରେ ଯୋଗଦାନ କରିବା ପାଇଁ ଜନପ୍ରତିିନିଧିମାନଙ୍କୁ ଡକାଯିବା ପାଇଁ ନିଷ୍ପତ୍ତି ହୋଇଛି । ସଭାରେ ସଂପାଦକ ମଧୁସୂଦନ ନାୟକ, ଗୋପବନ୍ଧୁ ପୁରୋହିତ, ତରୁଣ କୁମାର ମିଶ୍ର, ପ୍ରଦୀପ ସାହୁ, ସୁମିତ ପୁରୋହିତ, ତ୍ରିନାଥ ସାହୁ, ଡା. ପ୍ରମୋଦ କୁମାର ମିଶ୍ର, ଅଂକୁଶ ପାଣ୍ଡିଆ, ମୋତିଲାଲ ସାହୁ, ସତ୍ୟବାଦୀ ନାଏକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ସହ-ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande