ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତାରେ ୨ ପ୍ରତିଶତ ବୃଦ୍ଧି
ପିଛଲା ଭାବେ ୨୦୨୬ ଜାନୁଆରୀରୁ ଲାଗୁ ହେବ ସମୁଦାୟ ମହଙ୍ଗା ଭତା ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା ଭୁବନେଶ୍ୱର, ୧୫ ମଇ (ହି.ସ) - ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତାରେ ଦୁଇ ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି। ଏହା ଫଳରେ ସରକାର
da


ପିଛଲା ଭାବେ ୨୦୨୬ ଜାନୁଆରୀରୁ ଲାଗୁ ହେବ

ସମୁଦାୟ ମହଙ୍ଗା ଭତା ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା

ଭୁବନେଶ୍ୱର, ୧୫ ମଇ (ହି.ସ) - ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତାରେ ଦୁଇ ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି।

ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ୨୦୨୬ ଜାନୁଆରୀ ପହିଲାରୁ ପିଚ୍ଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତା ଚଳିତ ମେ ମାସ ଦରମାରେ ନଗଦ ଆକାରରେ ମିଳିବ।

ଏହା ସହିତ ପେନ୍ସନ ଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ମେ ମାସ ପେନ୍ ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ।

ଏହା ଦ୍ୱାରା ରାଜ୍ୟର ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ ସନଭୋଗୀ ଉପକୃତ ହେବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande