ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ
କେନ୍ଦ୍ରାପଡା, ୧୫ ମଇ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାରେ ଥିବା ୯ଟି ବ୍ଲକରେ ଚାଲୁ ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ରଘୁରାମ୍.ଆର୍.ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ପଣ୍ଡାଙ୍କ ସ
ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ।


କେନ୍ଦ୍ରାପଡା, ୧୫ ମଇ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାରେ ଥିବା ୯ଟି ବ୍ଲକରେ ଚାଲୁ ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ରଘୁରାମ୍.ଆର୍.ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ ଚାଲିଥିବାରୁ ରୁରାଲ୍ ହାଉସିଂ ଯୋଜନାର ପ୍ରତ୍ୟେକ ବ୍ଲକରେ କେତେ ସଫଳତା ମିଳିଛି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅନ୍ତଦ୍ୱୟ ଯୋଜନା, ନରେଗା ଯୋଜନାରେ କେତେ ଶ୍ରମିକ ନିଯୁକ୍ତି ହୋଇଛନ୍ତି, କେତେ ଟଙ୍କା ବ୍ୟୟ ହୋଇଛି, ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ୨୦୨୫-୨୬ ଓ ୨୦୨୬-୨୭ର ସମସ୍ତ ପ୍ରକଳ୍ପ ଗୁଡିକର କାର୍ଯ୍ୟଗୁଡିକ କେତେ ଅଗ୍ରଗତି ହୋଇଛି ଏବଂ କେତେ ବ୍ୟୟ ହୋଇଛି ତାହା ସମୀକ୍ଷା କରାଯାଇଥିଲା । ଏଥିସହିତ ଜିଲ୍ଲାରେ ମୁଖ୍ୟତଃ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଏହି ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଛି । ଜିଲ୍ଲାର କେଉଁ ବ୍ଲକରେ ପାନୀୟ ଜଳର ସମସ୍ୟା ଅଛି ସେଗୁଡିକୁ ତୁରନ୍ତ ସମାଧାନ କରି ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ଜିଲ୍ଲାପାଳ ଶ୍ରୀ ଆଇ.ଆର୍ ବିଡିଓ ପାନୀୟ ଜଳ ଯୋଗାଣକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଠାରୁ ମିଳିଥିବା ଅର୍ଥ ର ସମୀକ୍ଷା କରାଯାଇଥିଲା । ଏଥିସହିତ ଜୀବିକା ମିଶନ ଓ ଜିଲ୍ଲାରେ ଥିବା ବିଭିନ୍ନ ସ୍କୁଲର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ଓ ମରାମତି ପାଇଁ ସମୀକ୍ଷା କରାଯାଇଛି । ଏହି ସମୀକ୍ଷା ବୈଠକରେ ଜିଲ୍ଲାର ଅଙ୍ଗନୱାଡୀ କେନ୍ଦ୍ର ନିର୍ମାଣରେ ବିଳମ୍ବ ହେବାରୁ ଜିଲ୍ଲାପାଳ ଶ୍ରୀ ଆଇ.ଆର୍ ଅସନ୍ତୋଷ ପ୍ରକାଶ କରି ଆସିଥିବା ଅର୍ଥକୁ ତୁରନ୍ତ ଅଙ୍ଗନୱାଡୀ ଗୃହ ନିର୍ମାଣ କରି ସିଡିପିଓ ମାନଙ୍କୁ ହସ୍ତାନ୍ତର କରିବା ପାଇଁ ଉପସ୍ଥିତ ଥିବା ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ନିର୍ମାଣ ସରି ବ୍ୟବହାର ଉପଯୋଗୀ ଥିବା ଅଙ୍ଗନୱାଡୀ ଗୃହକୁ ତୁରନ୍ତ ବିଡିଓମାନେ ସିଡିପିଓମାନଙ୍କୁ ହସ୍ତାନ୍ତର କରିବା ପାଇଁ ଏହି ବୈଠକରେ ଆଲୋଚନା କରାଯାଇଛି । ଏଥିସହିତ ବିଭିନ୍ନ ବ୍ଲକରେ ଥିବା ବାତ୍ୟା ଆଶ୍ରୟସ୍ଥଳ ଗୁଡିକୁ ସମ୍ପୂର୍ଣ୍ଣ ଭାବରେ ମରାମତି କରି ଜରୁରୀ ସମୟରେ ଜନସାଧାରଣ ଆଶ୍ରୟ ନେଇପାରିବେ ସେଥିପ୍ରତି ସମସ୍ତ ବ୍ୟବସ୍ଥା କରିବାକୁ ଏହି ବୈଠକରେ ଆଲୋଚନା କରାଯାଇଛି ।

ବିଡିଓ, ଅତିରିକ୍ତ ବିଡିଓ, ସହକାରୀ ଯନ୍ତ୍ରୀଙ୍କ ସହ ସମସ୍ତ ଜରୁରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ସମସ୍ୟା ଗୁଡିକୁ ସମୀକ୍ଷା କରାଯାଇ କାର୍ଯ୍ୟ ଗୁଡିକ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande