ବୌଦ୍ଧରେ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ସମାରୋହରେ ମାଟ୍ରିକ ପରୀକ୍ଷାରେ ଏ -୧ ଗ୍ରେଡ଼ ପାଇଥିବା ଛାତ୍ରଛାତ୍ରୀଙ୍କୁ ଦିଆଗଲା ସମ୍ବର୍ଧନା
ବୌଦ୍ଧ 15 ମେ (ହି.ସ.) ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଛି l ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ -୧ ଗ୍ରେଡ଼ ପାଇଥିବା ଜିଲ୍ଲାର ୧୨ ଜଣ ଛାତ୍ରଛାତ୍ରୀ ଏବଂ ଶତ ପ୍ରତିଶତ ପାସହାର ଥିବା ୧୩ଟ
District level felicitation ceremony


ବୌଦ୍ଧ 15 ମେ (ହି.ସ.) ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଛି l ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ -୧ ଗ୍ରେଡ଼ ପାଇଥିବା ଜିଲ୍ଲାର ୧୨ ଜଣ ଛାତ୍ରଛାତ୍ରୀ ଏବଂ ଶତ ପ୍ରତିଶତ ପାସହାର ଥିବା ୧୩ଟି ବିଦ୍ୟାଳୟକୁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସମ୍ବର୍ଧିତ କରାଯାଇଛି l ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେଙ୍କ ଆବାହାକତ୍ଵରେ ଆୟୋଜିତ ସଭାରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ସଭାପତିତ୍ୱ କରିଥିବା ବେଳେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଜିଲ୍ଲାର ଏ -୧ ଗ୍ରେଡ ପାଇଥିବା ଛାତ୍ରଛାତ୍ରୀ ଓ ଶତ ପ୍ରତିଶତ ପାସ କରିଥିବା ବିଦ୍ୟାଳୟଗୁଡିକର ପ୍ରଧାନ ଶିକ୍ଷକମାନଙ୍କୁ ପ୍ରଶଂସା ପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଶିକ୍ଷାବର୍ଷ ୨୦୨୫-୨୬ ଓ ୨୦୨୬-୨୭ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଦୁବେଙ୍କ ଦ୍ୱାରା ନିଆ ଯାଇଥିବା ମିଶନ ଏ -୧ ଭଳି ଅଭିନବ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ପ୍ରକାଶ ଥାଉକି, ପୂର୍ବବର୍ଷ ମାତ୍ର ୨ଜଣ ଛାତ୍ର ସରକାରୀ ବିଦ୍ୟାଳୟରୁ ଏ ୧ପାଇଥିବା ବେଳେ ଚଳିତ ବର୍ଷ ମିଶନ ଏ ୧ କାର୍ଯ୍ୟକ୍ରମର ସଫଳ ରୂପାୟନ ଦ୍ୱାରା ଏହା ବୃଦ୍ଧି ପାଇ ୯ ଜଣ ଏ ୧ଗ୍ରେଡ଼ ସହ ଜିଲ୍ଲାରେ ପୂର୍ବ ବର୍ଷର ସର୍ବମୋଟ ୬ ରୁ ଦୁଇ ଗୁଣା ହୋଇ ୧୨ ଜଣ ଛାତ୍ର ଛାତ୍ରୀ ଏ ୧ଗ୍ରେଡ଼ରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଆଗାମୀ ଦିନରେ ବୌଦ୍ଧ ଜିଲ୍ଲାରେ ଶିକ୍ଷାର ଗୁଣାତ୍ମକ ବିକାଶ, ଶିକ୍ଷାର ମାନବୃଦ୍ଧି ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହ ଛାତ୍ରଛାତ୍ରୀଙ୍କୁ ପରିଶ୍ରମ କରିବା, ଶୃଙ୍ଖଳିତ ଢଙ୍ଗରେ ଅନୁଶାସନରେ ରହି ଅଧ୍ୟୟନ କରିବାକୁ ଆହ୍ୱାନ ଜଣାଇଥିଲେ। ସଭାରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରୀକା ଦତ୍ତ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଏବଂ ଭାସ୍କର ଲେଙ୍କା, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା ଓ କଣ୍ଟାମାଳ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଦୁର୍ଗା ଚରଣ ପ୍ରଧାନ, ବୋୖଦ୍ଧ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳାକାନ୍ତ ଦଳବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ l ଏ -୧ ଗ୍ରେଡ଼ ପାଇଥିବା ବୌଦ୍ଧ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ପ୍ରିତମ କୁମାର ମେହେର, ମନମୁଣ୍ଡା ହାଇସ୍କୁଲର ଶ୍ରୀୟା ସାହୁ ଓ ଚନ୍ଦନ ମହଲା, ହରଭଙ୍ଗା ନୋଡାଲ ହାଇସ୍କୁଲର ଜ୍ଞାନରଞ୍ଜନ ନାୟକ, ପିଏମ ଶ୍ରୀ ବାବା ବୈଦ୍ୟନାଥ ହାଇସ୍କୁଲ ସରସରାର ଗଙ୍ଗାଧର କର୍ଣ୍ଣ, କୁସଙ୍ଗ ହାଇସ୍କୁଲର ଅନୁଜ କୁମାର ସାହୁ, ଜନ୍ହାପଙ୍କ ନୋଡାଲ ହାଇସ୍କୁଲର ପ୍ରଭାତୀ ରଣା, ଲାଲବହାଦୁର ବିଦ୍ୟାପୀଠ ତିଲେଶ୍ୱରର ସଂଜ୍ଞାସିନୀ ସାହୁ, ପଂଚାୟତ ହାଇସ୍କୁଲ ସଂଗ୍ରାମପୁରର ନିହାର ରଞ୍ଜନ ନାୟକ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ପାଣ୍ଡ୍ରିପଡାର ଆଦର୍ଶ ନାଏକ ଓ ଆନନ୍ଦ ପ୍ରଧାନ, କରଂଜକଟା ହାଇସ୍କୁଲର ଶ୍ରୀତମ ବିଶ୍ୱାଳଙ୍କୁ ଅତିଥି ମାନଙ୍କ ଦ୍ୱାରା ତାଙ୍କ ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ସମ୍ବର୍ଦ୍ଧନା କରାଯାଇଥିଲା l ଜିଲ୍ଲାର ଶତ ପ୍ରତିଶତ ପାସହାର ଥିବା ବିଦ୍ୟାଳୟ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ବଢ଼ିଗାଁ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୌଦ୍ଧ, ଦଧିବାବନ ହାଇସ୍କୁଲ ବାଦିକଟା, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ତଳଗାଁ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବଡ଼ବନ୍ଧ, ପଞ୍ଚାୟତ ହାଇସ୍କୁଲ ସଂକୁଲେଇ, ଜାନକୀ ଭିକାରି ଉଚ୍ଚ ବିଦ୍ୟାଳୟ ମାଉଲସିଙ୍ଗା, ପଞ୍ଚାୟତ ହାଇସ୍କୁଲ ଚାରିଛକ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପୁରୁଣାକଟକ, ଜନତା ହାଇସ୍କୁଲ ବିଲାସପୁର, ଆଦିବାସୀ ହାଇସ୍କୁଲ ନୂଆପାଲି, ଇନ୍ଦିରା ବାଳିକା ଉଚ୍ଚ ବିଦ୍ୟାଳୟ ମନମୁଣ୍ଡା ଓ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ପାଣ୍ଡ୍ରିପଡାକୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହା ସହିତ ମିଶନ ଏ-୧ କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିଥିବା ୭୦ ଜଣ ସାଧନକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଜିଲ୍ଲା ପାଇଁ ତାଙ୍କ ନିରନ୍ତର ପରିଶ୍ରମ ଓ ଉଦ୍ୟମକୁ ସ୍ୱୀକୃତି ପ୍ରଦାନ ପୂର୍ବକ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବାରିକ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଲେଙ୍କା ଧନ୍ୟବାଦ ଦେଇଥିଲେ l ଶିକ୍ଷକ ନବ କିଶୋର ଦୀପ ଓ ସନ୍ତୋଷ କର୍ଣ୍ଣ ମଞ୍ଚ ପରିଚାଳନା କରିଥିଲେ l ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଏବଂ ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତଥା ସିଆରସିସି ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande