ହୋମିଓପାଥିକ ଡାକ୍ତରଙ୍କୁ ପିଟି ପିଟି ହତ୍ୟା, ୫ ଅଭିଯୁକ୍ତ ଅଟକ
କେନ୍ଦ୍ରାପଡା, ୧୫ ମଇ (ହି.ସ.)- ଜଣେ ହୋମିଓ ପାଥିକ ଡାକ୍ତର ଙ୍କୁ ଅତି ଅମାନୁଷିକ ଭାବେ ପିଟିପିଟି ମାରିଦେଇ ଥିବା ଦେଇ ଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଏହି ଘଟଣାରେ ମହାକାଳପଡ଼ା ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି। ଘଟଣାରୁ ପ୍ରକାଶ, ମହାକାଳପଡ଼ା
---------------ହୋମିଓପାଥିକ ଡାକ୍ତରଙ୍କୁ ପିଟି ପିଟି ହତ୍ୟା, ୫ ଅଭିଯୁକ୍ତ ଅଟକ


କେନ୍ଦ୍ରାପଡା, ୧୫ ମଇ (ହି.ସ.)- ଜଣେ ହୋମିଓ ପାଥିକ ଡାକ୍ତର ଙ୍କୁ ଅତି ଅମାନୁଷିକ ଭାବେ ପିଟିପିଟି ମାରିଦେଇ ଥିବା ଦେଇ ଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଏହି ଘଟଣାରେ ମହାକାଳପଡ଼ା ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।

ଘଟଣାରୁ ପ୍ରକାଶ, ମହାକାଳପଡ଼ା ବ୍ଲକ ବରାଡାଙ୍ଗ ଗ୍ରାମର ନାଉରୀ ସାହିର ହୋମିଓପାଥିକ ଡାକ୍ତର ଗୋଲେଖ ଚନ୍ଦ୍ର ନାଉରୀ (୪୪)ଙ୍କ ସହିତ ତାଙ୍କ ବଡ଼ଭାଇ ଅଭୟ ନାଉରୀଙ୍କର ଜମିବାଡ଼ି ବିବାଦ ଦୀର୍ଘ ଦିନ ହେବ ଲାଗି ରହିଥିଲା। ଗତକାଲି ରାତିରେ ଗୋଲେଖ ତାଙ୍କ ଜମିରେ ମାଟି ପକାଉଥିବା ବେଳେ ବଡ଼ଭାଇ ଅଭୟ ଏହାକୁ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବଡ଼ଭାଇ ଅଭୟ ଓ ତାଙ୍କ ପତ୍ନୀ ରେଣୁଵାଳା, ପୁଅ ଜିତେନ୍ଦ୍ର ଓ ବୋହୁ ରାନୁ ଗୋଲେଖଙ୍କୁ ଠେଙ୍ଗାରେ ପିଟିଥିଲେ। ଘଟଣାସ୍ଥଳରେ ଗୋଲେଖ ସଂଜ୍ଞହୀନ ହୋଇ ତଳେ ପଡିଯାଇଥିଲେ। ଗୋଲେଖଙ୍କ ପରିବାର ଲୋକେ ଉଦ୍ଧାର କରି ସଙ୍ଗେ ସଙ୍ଗେ ଚିକିତ୍ସା ନିମନ୍ତେ ମହାକାଳପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ଡାକ୍ତରଖାନାକୁ ନେଇଯାଇଥିଲେ, ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ମହାକାଳପଡ଼ା ପୋଲିସ ସଦଳବଳେ ଘଟଣାସ୍ଥଳରେ ପହଂଚି ଘଟଣାର ଅନୁସନ୍ଧାନ ଚଳାଇବା ସହ ଏଥିରେ ସମ୍ପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛି। ଅଭିଯୁକ୍ତ ମାନେ ହେଲେ ଅଭୟ ନାଉରୀ (୬୦), ରେଣୁବାଳା ନାଉରୀ (୬୦), ଜସ୍ମିନ ନାଉରୀ (୨୩), କଣ୍ଢେଇ ସ୍ୱାଇଁ ପ୍ରମୁଖ। ସେହିପରି ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭୟଙ୍କ ପୁଅ ଜିତେନ୍ଦ୍ର ନାଉରୀ ଓ ଜ୍ୱାଇଁ ରମେଶ ସ୍ୱାଇଁ କେଉଁ ଆଡେ ଫେରାର ହୋଇ ଯାଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଶରତକୁ ଥାନାରେ ଅଟକ ରଖାଯାଇଛି। ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନ କରି ଫେରିଛନ୍ତି। ମହାକାଳପଡ଼ା ପୋଲିସ ଏକ ମାମଲା ୧୩୯/୨୬ ରୁଜୁ କରି ଦଫା ୧୦୩(୨), ୧୧୫(୨), ୩(୫) ଵି.ଏନ.ଏସ ବଳରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏନେଇ ଡାକ୍ତର ଗୋଲେଖ ନାଉରୀଙ୍କ ପତ୍ନୀ କଳ୍ପନା ଚୌଧୁରୀ ମହାକାଳପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande