
ସମ୍ବଲପୁର, ୧୫ ମଇ(ହି.ସ.) – ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ପୋଲିସକୁ ଏକ ନିର୍ଭରଯୋଗ୍ୟ ସୂଚନା ମିଳିବା ପରେ ଘଟଣାସ୍ଥଳରେ ଚଢ଼ାଉ କରି ୯ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇଜଣ ଗଞ୍ଜେଇ ଚାଲାଣ କାଳୀଙ୍କୁ ଗିରଫ କରିବାରେ ସଫଳତା ମିଳିଛି। ପୋଲିସ ଏ ସମ୍ପର୍କରେ ୮୬/୨୬ ଏକ ମାମଲା ରୁଜୁ କରି ଏହି ଚଢ଼ାଉ କରିଥିଲା। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ବୌଦ୍ଧ ଜିଲ୍ଲା ଖୁଂଟିଆପଡା ଗ୍ରାମର ୩୪ ବର୍ଷିୟ ସ୍ୱାଧୀନ ନାଏକ ଓ ୨୬ ବର୍ଷିୟା ଲିଜା ବେହେରା ବୋଲି ଜଣାପଡିଛି। ଉଭୟ ଅଭିଯୁକ୍ତ ଗଞ୍ଜେଇ ନେଇ ଯିବା ପାଇଁ ଏକ ଗାଡ଼ିକୁ ଅପେକ୍ଷା କରିଥିବାବେଳେ ପୋଲିସ ଚଢ଼ାଉରେ ଧରାପଡ଼ିଥିଲେ। ଏନ୍ଏଚ୍-୧୫୩(ବି) ର ସୁନ୍ଧିମୁଣ୍ଡା ରେଳ ଷ୍ଟେସନ୍ ନିକଟରେ ଏହି ଚଢ଼ାଉ କରାଯାଇଥିଲା। ସେଠାରୁ “ଫର୍ଷ୍ଟ ଲୁକ୍” ଲେଖାଥିବା କଳା ରଙ୍ଗର ଏୟାର ବ୍ୟାଗ୍ରୁ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ମୋଟ ଓଜନ ୯ କେଜି ୨୦୦ ଗ୍ରାମ ହୋଇଥିବାବେଳେ ବ୍ୟାଗ୍ ଓ ପଲିଥିନ୍ର ଓଜନ ମଧ୍ୟ କରାଯାଇଥିଲା।
ପୋଲିସ ଅଭିଯୁକ୍ତଙ୍କ ଠାରୁ ନଗଦ ୫୩୦ ଟଙ୍କା ମଧ୍ୟ ଜବତ କରିଛି। ପ୍ରାଥମିକ ତଦନ୍ତରୁ ଏହି ଗଞ୍ଜେଇ ବୌଦ୍ଧ ଓ ଫୁଲବାଣୀ ଅଂଚଳରୁ ସଂଗ୍ରହ କରାଯାଇ ସମ୍ବଲପୁର ଓ ଝାରସୁଗୁଡା ଅଂଚଳକୁ ଚୋରାଚାଲାଣ କରାଯାଉଥିବା ଦୁଇ ଅଭିଯୁକ୍ତ ସ୍ୱିକାର କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ