ତ୍ରିଦିବସୀୟ ମାଧ୍ୟମିକ ଇଂରାଜୀ ଶିକ୍ଷକ ଦକ୍ଷତା ବିକାଶ କର୍ମଶାଳା ଉଦଯାପିତ
End of work shop in school
ତ୍ରିଦିବସୀୟ ମାଧ୍ୟମିକ ଇଂରାଜୀ ଶିକ୍ଷକ ଦକ୍ଷତା ବିକାଶ କର୍ମଶାଳା ଉଦଯାପିତ


ଝାରସୁଗୁଡ଼ା, 15 ମେ (ହି.ସ.) ଡିଏଭି ସେଣ୍ଟର ଫର ଏକାଡେମିକ ଏକ୍ସଲେନ୍ସ, ନୂଆଦିଲ୍ଲୀର ନିର୍ଦ୍ଦେଶ ଓ ଓଡ଼ିଶା ଡିଏଭି ଅନୁଷ୍ଠାନସମୂହଙ୍କ ରିଜିଓନାଲ ଟ୍ରେନିଂ ସେଣ୍ଟରର ସହଯୋଗରେ ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ୧୨ ତାରିଖରୁ ଚାଲୁଥିବା ରାଜ୍ୟସ୍ତରୀୟ ମାଧ୍ୟମିକ ଇଂରାଜୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ତ୍ରିଦିବସୀୟ ଶିକ୍ଷକ ଦକ୍ଷତା ବିକାଶ କର୍ମଶାଳା ଉଦଯାପିତ ହୋଇଯାଇଛି । ଉଦଯାପନୀ ଅଧିବେଶନରେ ଆୟୋଜକ ତଥା ଝାରସୁଗୁଡ଼ା ଡିଏଭି ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତା, ବନହରପାଲି ଡିଏଭି ଅଧ୍ୟକ୍ଷା ଅନିତା ଭାଗ୍ୟରାଜ, ଲାଞ୍ଜିଗଡ଼ ଡିଏଭି ଅଧ୍ୟକ୍ଷା ମନଭିନ କୌର ଓ ବ୍ରଜରାଜନଗର ଇବ ଭ୍ୟାଲି ଡିଏଭି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଉପସ୍ଥିତ ରହି ତ୍ରିଦିବସୀୟ କର୍ମଶାଳାକୁ ସଫଳତାର ସହିତ ଉଦଯାପନ କରିଥିଲେ । ଉଦଯାପନୀ ଅଧିବେଶନରେ ସମସ୍ତ ଅଧ୍ୟକ୍ଷ ତଥା ନିରୀକ୍ଷକ ଶିକ୍ଷାର୍ଥୀଶିକ୍ଷାର୍ଥିନୀମାନଙ୍କୁ କର୍ମଶାଳାରେ ଲଗାତାର ତିନି ଦିନ ଧରି ଆହରଣ କରିଥିବା ସମସ୍ତ ଅଭିନବ ଜ୍ଞାନ ଓ କଳା କୌଶଳର ସଦବିନିଯୋଗ କରିବା ଓ ଆଗାମୀ ସମୟରେ ଅଧିକ ଉନ୍ନତ ପ୍ରଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜାତୀୟ ଶିକ୍ଷାଗତ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ.ସି.ଇ.ଆର.ଟି)ଦ୍ଵାରା ନବ ପ୍ରଚଳିତ ଇଂରାଜୀ ପୁସ୍ତକ 'କାବେରୀ'ର ନୂତନ ବିଷୟବସ୍ତୁ, ଶିକ୍ଷଣ ପଦ୍ଧତି, କ୍ରିୟାମୂଳକ ଅଭିଗମ ଓ କୌଶଳଭିତ୍ତିକ ଅଧ୍ୟୟନକୁ ଅଧିକ ବୋଧଗମ୍ୟ ଓ ରୁଚିକର କରିବା ଲାଗି ଶିକ୍ଷକଶିକ୍ଷୟିତ୍ରୀମାନେ ସଂକଳ୍ପ ନେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande