ସୁବର୍ଣ୍ଣପୁର ମେଡିକାଲ୍ ଓ ସୋନପୁର ବ୍ଳକ ଅଞ୍ଚଳରେ ତମାଖୁ ଜାତୀୟ ଦ୍ରବ୍ୟର ବ୍ୟବହାର ଓ ବିକ୍ରୟ ନିଷିଦ୍ଧ ପାଇଁ ଚଢ଼ଉ ଓ ଜରିମାନା ଆଦାୟ
ସୁବର୍ଣପୁର,୧୫ ମଇ (ହି.ସ.)- ସୋନପୁର ବ୍ଲକ ଅଧିନସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କଳାପଥର ଓ ସରଧାପାଲି ତଥା ମୋଡେଲ ଡିଗ୍ରୀ କଲେଜର ଆଖପାଖ ଅଞ୍ଚଳରେ ସିଗାରେଟ ଓ ଅନ୍ୟାନ୍ୟ ତମାଖୁ ଜାତୀୟ ଦ୍ରବ୍ୟର ଅଧିନିୟମ ୨୦୦୩ ଅନୁଯାୟୀ, ଏହାର ବ୍ୟବହାର ଓ ବିକ୍ରୟ ନିଷିଦ୍ଧ ପାଇଁ ଏକ ଟିମ୍ ସମସ୍ତ ଦୋକାନ ମାନଙ୍କର
ସୁବର୍ଣ୍ଣପୁର ମେଡିକାଲ୍ ଓ ସୋନପୁର ବ୍ଳକ ଅଞ୍ଚଳ ରେ ତମାଖୁ ଜାତୀୟ ଦ୍ରବ୍ୟ ର ବ୍ୟବହାର ଓ ବିକ୍ରୟ ନିଷିଦ୍ଧ ପାଇଁ ଚଢ଼ାଉ ଓ ଜରିମାନା


ସୁବର୍ଣପୁର,୧୫ ମଇ (ହି.ସ.)- ସୋନପୁର ବ୍ଲକ ଅଧିନସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କଳାପଥର ଓ ସରଧାପାଲି ତଥା ମୋଡେଲ ଡିଗ୍ରୀ କଲେଜର ଆଖପାଖ ଅଞ୍ଚଳରେ ସିଗାରେଟ ଓ ଅନ୍ୟାନ୍ୟ ତମାଖୁ ଜାତୀୟ ଦ୍ରବ୍ୟର ଅଧିନିୟମ ୨୦୦୩ ଅନୁଯାୟୀ, ଏହାର ବ୍ୟବହାର ଓ ବିକ୍ରୟ ନିଷିଦ୍ଧ ପାଇଁ ଏକ ଟିମ୍ ସମସ୍ତ ଦୋକାନ ମାନଙ୍କରେ ଚଢ଼ଉ କରି ୨୧ଟି ଦୋକାନରୁ ମୋଟ ୩୮00 ଟଙ୍କା ଜରିମାନା ଆଦାୟ କରିଥିଲେ।

ଏହି ଟିମ୍ ରେ ଭେଷଜ ନିରୀକ୍ଷକ- ଟିକେଶ୍ଵରି ମାଝୀ, ଅଣସଂକ୍ରାମକ ରୋଗ ପରାମର୍ଶଦାତା- ଆଲୋକ କୁମାର ମିଶ୍ର ସୋସିଆଲ ୱାର୍କର ଅଶ୍ୱିନୀ ଶତପଥୀ ତଥା ସୋନପୁର ପୋଲିସ ଓ ଅବକାରୀ ବିଭାଗର ନେତୃତ୍ୱରେ ଏହି ଚଢ଼ଉ କାର୍ଯ୍ୟକ୍ରମ ଚାଲୁ ରହିଥିଲା। ଆଗକୁ ଏହି କାର୍ଯ୍ୟକ୍ରମ ବ୍ୟାପକ କରାଯିବା ଉପରେ ଜିଲ୍ଲା ଅଣ ସଂକ୍ରମକ ରୋଗ ପରାମର୍ଶଦାତା ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି. I

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande