ଓବିସି ଗଣନା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ
ବଲାଙ୍ଗିର, ୧୫ ମଇ (ହି.ସ.)- ଓବିସି ମଞ୍ଚ ବଲାଙ୍ଗିରର ପ୍ରତିନିଧି ଦଳ ଏବଂ ଆନନ୍ଦ ପଧାନ ସଂଯୋଜକ ଓବିସି ମଞ୍ଚ ଆଗଲପୁର ବ୍ଳକ ବଲାଙ୍ଗିରଙ୍କ ନେତୃତ୍ବରେ ଆଗଲପୁର ତହସିଲଦାର ତହସିଲଦାରଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଭାରତ ସରକାର ୨୦୨୫ ଜାନ
ଓବିସି ଗଣନା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ  ଙ୍କୁ ଆଗଲପୁର ତହସିଲଦାର ଜରିଆରେ ଦାବି ପତ୍ର ପ୍ରଦାନ।


ଓବିସି ଗଣନା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ  ଙ୍କୁ ଆଗଲପୁର ତହସିଲଦାର ଜରିଆରେ ଦାବି ପତ୍ର ପ୍ରଦାନ।


ବଲାଙ୍ଗିର, ୧୫ ମଇ (ହି.ସ.)- ଓବିସି ମଞ୍ଚ ବଲାଙ୍ଗିରର ପ୍ରତିନିଧି ଦଳ ଏବଂ ଆନନ୍ଦ ପଧାନ ସଂଯୋଜକ ଓବିସି ମଞ୍ଚ ଆଗଲପୁର ବ୍ଳକ ବଲାଙ୍ଗିରଙ୍କ ନେତୃତ୍ବରେ ଆଗଲପୁର ତହସିଲଦାର ତହସିଲଦାରଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଭାରତ ସରକାର ୨୦୨୫ ଜାନୁଆରୀ ମାସ ୩୦ ତାରିଖର କେନ୍ଦ୍ର କେବିନେଟ ନିଷ୍ପତ୍ତି କ୍ରମେ ୨୦୨୭ ଜନଗଣନାରେ ଜାତିଭିତ୍ତିକ ଓବିସି ବର୍ଗର ଜନଗଣନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ତାହା ମିଥ୍ୟା ପ୍ରମାଣିତ ହୋଇଛି। ବର୍ତମାନର ଗୃହ ଗଣନା ଯାହା ଜନଗଣନାର ପ୍ରଥମ ସୋପାନ, ସେଥିରେ ୩୩ଟି ପ୍ରଶ୍ନର ଉତ୍ତର ଗୃହକର୍ତା ଦେବେ ପ୍ରଶ୍ନ ନମ୍ବର୧୨ରେ ଗୃହ କର୍ତାଙ୍କ ଜାତି କ'ଣ ବୋଲି ଏଥିରେ ଉଲ୍ଲେଖ ଅଛି, ଏଥିରେ ଏସ୍ ଟି, ଏସ୍ ସି ଏବଂ ଅନ୍ୟାନ୍ୟ ବୋଲି ସୁଚିତ ଅଛି ଯାହା ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ହୋଇ ରହିଛି। ଓବିସି ବୋଲି ପଚାରି ଥିଲେ ପରବର୍ତ୍ତୀ ସମୟରେ ଓବିସି ବର୍ଗର ଲୋକଙ୍କ ଗଣନା ହୋଇପାରିଥାନ୍ତା, କିନ୍ତୁ ସେପରି ହୋଇନାହିଁ। ସରକାର ଓବିସି ଜନସାଧାରଣଙ୍କ ସହିତ ପ୍ରତାରଣା କରୁଛି। ଏଣୁ ଓବିସି ବର୍ଗର ଲୋକମାନେ ଏହି ଜନଗଣନାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହି ବିଷୟରେ ଅବଗତ କରାଇବା ସହ ଏକ ଦାବିପତ୍ର କେନ୍ଦ୍ର ଗୃହ ମନ୍ତ୍ରୀ ମାନନୀୟ ଅମିତ ଶାହା ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ସରକାର ଏହାକୁ ଲାଗୁ କଲେ ଦେଶର ଅର୍ଦ୍ଧାଧିକ ଲୋକଙ୍କ ଉନ୍ନତି ହୋଇପାରିବ ବୋଲି ବୋଲି ରାଜ୍ୟ ଓବିସି ମଞ୍ଚ କୋଷାଧକ୍ଷ ପ୍ରଦେଶୀ ବିଶ୍ଵାଲ ଉପସ୍ଥାପନ କରିଛନ୍ତି। ସରକାର ଆଗାମୀ ଦିନରେ ଓବିସି ବର୍ଗର ଲୋକଙ୍କ କଥା ନ ଶୁଣିଲେ ଓବିସି ମାନେ ସରକାର ଙ୍କୁ ଆବଶ୍ୟକ ପଦକ୍ଷେପ ନେବେ ବୋଲି କଡା ଚେତାବନୀ ମଧ୍ୟ ଦେଇଛନ୍ତି।

ଏଥିରେ ପୁର୍ଣ୍ଣଚନ୍ଦ୍ର ବିଶ୍ବାଳ, ଆଦି ନାଥ ପଧାନ, ସରୋଜ ପ୍ରଧାନ, ମନୋରଞ୍ଜନ ସାହୁ,କେଶବ ବେହେରା, ପ୍ରବୀଣ କୁମାର ମେହେର, ମହେନ୍ଦ୍ର ମହାକୁର,ସରୋଜ କୁମାର ମେଶ୍ଵା ସଂଯୋଜକ ଓବିସି ମଞ୍ଚ ବଲାଙ୍ଗିର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande