ଜନ ଜାତି ସୁରକ୍ଷା ମଂଚ ଓ ବନବାସୀ କଲ୍ୟାଣ ଆଶ୍ରମ, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ବୈଠକ ଓ ନଗର ସମିତି ଗଠିତ
ଜୟପୁର, ୧୫ ମଇ (ହି.ସ.)- ଜନଜାତି ସୁରକ୍ଷା ମଂଚ ଓ ବନବାସୀ କଲ୍ୟାଣ ଆଶ୍ରମ ଓଡ଼ିଶାଙ୍କ ମିଳିତ ଆନୁକୂଲ୍ୟରେ କୋଟପାଡ଼ ସ୍ଥିତ ଅଖିଳ ଭାରତୀୟ ଆଦିବାସି ଭତରା ବିକାଶ ପରିଷଦ ଭବନ ଠାରେ କୋତାପଡ଼ ବ୍ଲକ ର ଦିଲ୍ଲୀ ଚାଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଥିଲା। ଭତରା ପରିଷଦର ପୂର୍ବତନ ସଭାପତି ନୀଳକଣ୍ଠ ଚାଲାଣ
ଜନ ଜାତି ସୁରକ୍ଷା ମଂଚ ଓ ବନବାସୀ କଲ୍ୟାଣ ଆଶ୍ରମ,ଓଡ଼ିଶାର ମିଳିତ ଆନୁକୂଲ୍ୟରେ ବୈଠକ ଓ ନଗର ସମିତି ଗଠିତ


ଜୟପୁର, ୧୫ ମଇ (ହି.ସ.)- ଜନଜାତି ସୁରକ୍ଷା ମଂଚ ଓ ବନବାସୀ କଲ୍ୟାଣ ଆଶ୍ରମ ଓଡ଼ିଶାଙ୍କ ମିଳିତ ଆନୁକୂଲ୍ୟରେ କୋଟପାଡ଼ ସ୍ଥିତ ଅଖିଳ ଭାରତୀୟ ଆଦିବାସି ଭତରା ବିକାଶ ପରିଷଦ ଭବନ ଠାରେ କୋତାପଡ଼ ବ୍ଲକ ର ଦିଲ୍ଲୀ ଚାଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଥିଲା। ଭତରା ପରିଷଦର ପୂର୍ବତନ ସଭାପତି ନୀଳକଣ୍ଠ ଚାଲାଣଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବନବାସୀ କଲ୍ୟାଣ ଆଶ୍ରମ, ଓଡ଼ିଶାଙ୍କ ଯୁବା ଆୟାମ ପ୍ରାନ୍ତ ସଂଯୋଜକ ରତିକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନଜାତି ସୁରକ୍ଷା ମଂଚର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ଆଗାମୀ ୨୪ ମଇ ରେ ନୂଆ ଦିଲ୍ହୀ ଠାରେ ହେବାକୁ ଥିବା ଅଖିଳ ଭାରତୀୟ ଜନଜାତି ସମ୍ମିଳନୀ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ। ପ୍ରାୟ ଦୁଇ ଲକ୍ଷ ଜନଜାତି କାର୍ଯ୍ୟକାର୍ତ୍ତାଙ୍କ ସମ୍ମିଳନୀରେ ଓଡିଶାରୁ ୩୪୦୮ ଜଣ ଯୋଗ ଦେବାକୁ ଯାଉଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ୬୩୦ ଜଣ ଏବଂ କୋରାପୁଟ ଜିଲ୍ଲାରୁ୧୦୬ ଜଣ ଜନଜାତି କାର୍ଯ୍ୟକର୍ତ୍ତା ଯୋଗଦେବେ ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ।

ବନବାସୀ କଲ୍ୟାଣ ଆଶ୍ରମ ଯୁବା ଆୟମ ବିଭାଗର ସହ ପ୍ରାନ୍ତ ସଂଯୋଜକ ଲଷ୍ମୀକାନ୍ତ ମିଶ୍ରଙ୍କ ତତ୍ତ୍ୱାବଧାନରେ କୋଟପାଡ଼ ସହରର ନଗର ସମିତି ସର୍ବସମ୍ମତି କ୍ରମେ ଗଠିତ ହୋଇଥିଲା, ଯେଉଁଥିରେ କି ଯଥାକ୍ରମେ ଭୀମ ମାଝୀ-ସଭାପତି, ଅନାମ ଅମାନତ୍ୟ-ଉପ ସଭାପତି, କେଶବ ପୂଜାରୀ-ସମ୍ପାଦକ,ହରିବନ୍ଧୁ ମାଝୀ-ଯୁଗ୍ମ ସମ୍ପାଦକ,ଧନପତି ଚାଲାଣ-କୋଷାଧ୍ୟକ୍ଷ, ସୁନଧର ମାଝି,ପରବ ପୂଜାରୀ,କିଶୋର ଚନ୍ଦ୍ର ଭୂମିଆ ସଦସ୍ୟ ରୂପେ ମନୋନୀତ ହୋଇଥିଲେ। ଜନଜାତି ମାନଙ୍କ ବିକାଶ ହେଲେ ହିଁ ରାଷ୍ଟ୍ରର ବିକାଶ ହୋଇପାରିବ ଏବଂ ଏମାନଙ୍କୁ ଅବହେଳା କଲେ ରାଷ୍ଟ୍ର ପ୍ରତି ଅହେତୁକ ବିନାଶ ଆସିବା ସ୍ୱାଭାବିକ ବୋଲି ଲଷ୍ମୀକାନ୍ତ ମିଶ୍ର ମତବ୍ୟକ୍ତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande