୧୬ ରୁ ଆରମ୍ଭ ହେବ ଝାରସୁଗୁଡ଼ା ପ୍ରିମିୟର ଲିଗ୍
Jharsuguda premier league
୧୬ ରୁ ଆରମ୍ଭ ହେବ ଝାରସୁଗୁଡ଼ା ପ୍ରିମିୟର ଲିଗ୍


ଝାରସୁଗୁଡ଼ା, 15 ମେ (ହି.ସ.) ଝାରସୁଗୁଡ଼ାରେ ଆସନ୍ତା ୧୬ରୁ ଝାରସୁଗୁଡ଼ା ପ୍ରିମିୟର ଲିଗ୍ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥିରେ ଯୋଗଦେବା ପାଇଁ ଆୟୋଜକଙ୍କ ତରଫରୁ ଜିଲାପାଳଙ୍କୁ ଗୁରୁବାର ନିମନ୍ତ୍ରଣ ପତ୍ର ଦିଆଯାଇଛି। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସହରର ମଙ୍ଗଳ ବଜାର ସୁପର କିଙ୍ଗସ, ଡି.ୱାଇ ୱାରିୟର୍ସ, ଆର୍ୟନ ଡିସି, ବ୍ଲାକ ଡାଇମଣ୍ଡ ଟାଇଟନ୍ସ, ଗ୍ଲୋବାଲ ଟସ୍କ ର୍ସ, ଝଣ୍ଡା ଚୌକ ଲେଜେଣ୍ଡସ, ରୟାଲ ଚାଲେଞ୍ଜର୍ସ ବ୍ରଜରାଜନଗର, ଝାରସୁଗୁଡ଼ା ଟାଉନ ନେଇ ସ୍ଥାନୀୟ ଆଦି ୮ ଟି ଦଳ ଦଳ ଅଂଶ ଗ୍ରହଣ କରୁଛନ୍ତି। ଏହି କ୍ରୀଡ଼ା ମହକୁମ୍ଭ କୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande