
Odisha, 15 ମେ (ହି.ସ.) ଖୋର୍ଦ୍ଧା, ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକରେ ଅଧ୍ୟକ୍ଷତା କରି ମାନ୍ୟବର ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ସାଂସଦ ଅପରାଜିତା ଷଡ଼ଙ୍ଗୀ ବ୍ଲକ୍ ଏବଂ ଗ୍ରାମାଞ୍ଚଳରେ ଲାଇବ୍ରେରୀ ଖୋଲିବା ଏବଂ ବ୍ଲକ୍ ପ୍ରଶାସନ ଦ୍ବାରା ନିରନ୍ତର କାର୍ଯ୍ୟକ୍ଷମ କରାଇବା ସହ ପ୍ରତ୍ୟେକ ବ୍ଲକରେ ଅମୃତସରୋବର ଯୋଜନାରେ ସାଂସଦ ଓ ବିଧାୟକଙ୍କ ପାଣ୍ଠି କୁ ନେଇ ସମ୍ମିଳିତ ପାଣ୍ଠିରେ ପାଞ୍ଚଗୋଟି ଆଦର୍ଶ ପୁଷ୍କରିଣୀ/ପୋଖରୀ କାର୍ଯ୍ୟକ୍ଷମ କରିବାକୁ ସମସ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେବାସହ ଅଗ୍ରାଧିକାର ଭିତ୍ତିରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି l ଜିଲ୍ଲାରେ ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ପରୀକ୍ଷା ନିମନ୍ତେ ଲାଇବ୍ରେରୀ ଓ ପାଠାଗାର ସେବା ଯୋଗାଇବା ସହ ଅମୃତ ସରୋବର ଯୋଜନାରେ ପ୍ରତ୍ୟେକ ବ୍ଲକରେ ଅନୁନ୍ୟ ପାଞ୍ଚଗୋଟି ଆଦର୍ଶ ପୁଷ୍କରିଣୀ ଯେଉଁଠାରେ ବସିବା ,ଆଲୋକି କରଣ ଓ ବୃକ୍ଷ ରୋପଣ କାର୍ଯ୍ୟ କରାଯିବାକୁ ମାନ୍ୟବର ସାଂସଦ ଆଜି କେନ୍ଦ୍ର ସରକାରଙ୍କ ୩୭ ଗୋଟି ବିଭାଗ ଅଧୀନ ୧୦୧ ଗୋଟି କେନ୍ଦ୍ରୀୟ ଯୋଜନା ଅଧୀନ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି l ସାଂସଦ କହିଛନ୍ତି ପ୍ରତିନିଧି ଲୋକଙ୍କ ସମସ୍ୟା ଉତ୍ଥାପନ କରିବେ ଏବଂ ପ୍ରଶାସନ ଲୋକଙ୍କ ପାଖରେ ସେବା ପହଞ୍ଚାଇବେ l ଏଣୁ ସମସ୍ତ ଙ୍କୁ ନେଇ କାମ କରିବା ମନ୍ତ୍ରରେ ଅଧିକାରୀ ମାନେ ସାକାରାତ୍ମକ ଚିନ୍ତାଧାରା ନେଇ ସରକାରଙ୍କ ଯୋଜନାକୁ ସାମ୍ବିଧାନିକ ପ୍ରାବଧାନତା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାକୁ ରାଜ୍ୟରେ ସର୍ବୋତ୍ତମ ଜିଲ୍ଲା ଗଢି ତୋଳିବାକୁ ନିଷ୍ଠାପର ଭାବେ ଲୋକମାନଙ୍କୁ ସେବା ପ୍ରଦାନ କରି ନିଜର ପାରଦର୍ଶିତା କୁ ପ୍ରମାଣିତ କରି ଦେଶ ସେବାରେ ବ୍ରତୀ ହୁଅନ୍ତୁ ବୋଲି ଉଦବୋଧନ ଦେଇ ଜିଲ୍ଲାପାଳଙ୍କ ଜି ପି ଡି ପି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ l ବୈଠକରେ ବିଧାୟକ ବେଗୁନିଆ ପ୍ରଦୀପ କୁମାର ସାହୁ, ବିଧାୟକ, ଜଟଣୀ, ବିଭୂତି ଭୂଷଣ ବଳବନ୍ତରାୟ, ବିଧାୟକ ଜୟଦେବ ନବ କିଶୋର ମଲ୍ଲିକ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଜ୍ୟୋତି ଶଙ୍କର ସାହୁ,ମାନ୍ୟବର ମନ୍ତ୍ରୀ ଆଇନ, ପୂର୍ତ୍ତ ଓ ଅବକାରୀ ଙ୍କ ପ୍ରତିନିଧି ଦୁଷ୍ମନ୍ତ ହରିଚନ୍ଦନ ଯୋଗଦେଇ ନିଜ ନିଜ ଅଭିଭାଷଣ ଓ ମନ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ମାନ୍ୟବର ସାଂସଦ ସମସ୍ତ ଅଧିକାରୀ ମାନେ ସେମାନଙ୍କର କାର୍ଯ୍ୟ ତାଲିକା ଦେଖି ତାଙ୍କ ପରିଧି ମଧ୍ୟରେ ଥିବା ଜନ ପ୍ରତିନିଧି ମାନଙ୍କୁ ସାମିଲ କରି କାର୍ଯ୍ୟ କରି ବାକୁ ପରାମର୍ଶ ଦେଇଥିଲେ l ପରେ ମାନ୍ୟବର ସାଂସଦ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସହ ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକୁ ବିଭାଗୀୟ ଅଧିକାରୀ ମାନଙ୍କ ସହ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ l ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨୦୨୫-୨୬ ବର୍ଷରେ ୨୭ ପ୍ରକଲ୍ପ ଟେଣ୍ଡର ହେବାକୁ ଥିବାବେଳେ ଏଥିପାଇଁ ୭୧ କୋଟି ବ୍ୟୟ ଅଟକଳ ର ମଞ୍ଜୁରୀ ମିଳିଛି l ରାସ୍ତା ଓ କୋଠାବାଡ଼ି ବିଭାଗ ପକ୍ଷରୁ ତାପଙ୍ଗ ଏବଂ ନିରାକାରପୁର ହାୱଡା - ଚେନାଇ ମେନ ଲାଇନ୍ ବାଇପାସ୍ କାର୍ଯ୍ୟ ନିମନ୍ତେ ଅତିକମ୍ ଜମି ଅଧିଗ୍ରହଣ କରିବାକୁ ସାଂସଦ ନିର୍ଦେଶ ଦେଇଥିଲେ l ୨୦୨୬-୨୭ ବର୍ଷରେ ଚିଲିକା, ଖୋର୍ଦ୍ଧା ଓ ଜଟଣୀ ବ୍ଲକ୍ ପାଇଁ ୧୫ ଗୋଟି ନୂଆ ଓ ପୁନଃ ଉଦ୍ଧାର ସଡ଼କ କାର୍ଯ୍ୟ ସହ ସରଦେଇପୁରରୁ ନିମାପଡ଼ା ନିମ୍ନ ମାନର ରାସ୍ତା କାର୍ଯ୍ୟ ଅଭିଯୋଗକୁ ସମୀକ୍ଷା କରିଥିଲେ l ପ୍ରଧାନ ମନ୍ତ୍ରୀ ଆବାସ (ଗ୍ରାମୀଣ) ଗୃହ ଯୋଜନା ରେ ଜିଲ୍ଲାରେ୭୩୬ ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ୫୮୧ ଗୃହ କାର୍ଯ୍ୟ ଶେଷ ଓ ୧୫୫ ଗୋଟି ଗୃହର କାର୍ଯ୍ୟ ଚାଲୁ ରହିଛି ବୋଲି ସମୀକ୍ଷାରୁ ସୂଚନା ମିଳିଛି l ଅନ୍ତଃଦ୍ୱୟ ଗୃହ ଯୋଜନା ରେ୬୪୯୬ ମଞ୍ଜୁରୀ କରାଯାଇଥିବା ସ୍ଥଳେ ୬୪୫୭ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯାଇଛି ଓ ୩୩୨୬ ଗୃହ କାର୍ଯ୍ୟ ଶେଷ ହୋଇଅଛି l ଜଟଣୀ ଅଞ୍ଚଳରେ ଭେଣ୍ଡିଁ ଜୋନ କାର୍ଯ୍ୟର ସମୀକ୍ଷା, ବେଗୁନିଆ ମେଗା ଉଠା ଜଳସେଚନ ପ୍ରକଳ୍ପ ସାଂସଦ ସମୀକ୍ଷା କରି ଥିଲେ l ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ସର୍ଭେ ରେ ୯୦୦୫୫ ମଧ୍ୟରୁ ୨୪୨୪୩ ଅଟୋ ଡିଲିସନ୍ ହୋଇଥିବା ବେଳେ ୬୫୮୧୨ ଗୃହକୁ ଭାରତ ସରକାରଙ୍କ ଠାରୁ ନିର୍ଦ୍ଦେଶ ଆସିଲେ କ୍ଷେତ୍ର ସର୍ଭେ କରାଯିବ ବୋଲି କୁହାଯାଇଛି l ପ୍ରଧାନ ମନ୍ତ୍ରୀ ଆବାସ (ସହରାଞ୍ଚଳ) ୧.୦ , ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)୨.୦ ରେ ୨୦୨୬-୨୭ ନିମନ୍ତେ ୧୨୩୭(ବି ଏଲ ସି) ଏବଂ୧୮୪୫ (ଏ ଏଚ ପି) ମିଳିଅଛି l ଭୁବନେଶ୍ୱର ମହାନଗର ନିଗମରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ୧.୦ରେ ୧୨୬୬ ମଞ୍ଜୁରୀ ମିଳିଥିବା ବେଳେ,୧୦୯୨ ହିଧାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି l ସେହିପରି ମନରେଗା ଯୋଜନାରେ ଆର୍ଥିକ ସଫଳତା ୬୪.୪୯ ଶତକଡା ଓ ଶ୍ରମ ପ୍ରକଳ୍ପ ସଫଳତାରେ ୯୩.୮୫ଶତକଡା ସଫଳତା ମିଳିଛି l ମନରେଗା ଓ ଭିବି - ଜୀ ରାମ ଜି ଯୋଜନା ର ଅଗ୍ରଗତି ସମ୍ପର୍କରେ ସାଂସଦ ସମୀକ୍ଷା କରିଥିଲେ l ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟ, ରାମେଶ୍ବର ରୁ ଟାଙ୍ଗୀ ୧୨୦ କି : ମି଼ ୮୩୦୬ କୋଟି ସଡ଼କ ପଥ ପ୍ରକଳ୍ପ କାର୍ଯ୍ୟକୁ ମଇ ୩୧ ତାରିଖ ସୁଦ୍ଧା ଭିତ୍ତି ପ୍ରସ୍ତର ସ୍ଥାପନ କରିବାକୁ ସାଂସଦ ଶ୍ରୀମତୀ ଷଡଙ୍ଗୀ ଜାତୀୟ ରାଜ ମାର୍ଗ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ l ସେହିପରି କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ (ସି ଏଲ ଆଇ ପି) ମେଗାଲିଫ୍ଟ,ବୋରୋ ୱେଲ୍, ଜଳ ସେଚନ, ପ୍ରାଚୀ ଜଳ ସେଚନ ଖଣ୍ଡ ଅଧୀନ କୁଆଖାଇ, ପାଣ୍ଡରା, ଦୟା, କୁଶଭଦ୍ରା ଓ ଗଙ୍ଗୱା ପ୍ରକଲ୍ପ ର ଅଗ୍ରଗତି,ଡ୍ରେନେଜ୍ ଡିଭିଜନ, ସାଂସଦ ପାଣ୍ଠି ୨୦୨୪-୨୫ ଏବଂ ୨୦୨୫-୨୬ କୁ ମଧ୍ୟ ସାଂସଦ ସମୀକ୍ଷା କରି ଉକ୍ତ ପ୍ରକଳ୍ପ କାର୍ଯ୍ୟ ଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ପୂର୍ତ୍ତ ବିଭାଗ ଭୁବେଶ୍ବରସ୍ଥିତ ଖଣ୍ଡ ୧,୨,୩,୪,୫ ର ସମସ୍ତ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସାଂସଦ ସମୀକ୍ଷା କରିଥିଲେ l କୃଷି, ଫସଲ ବୀମା ଯୋଜନା,ମାଟି ସ୍ୱାସ୍ଥ୍ୟ କାର୍ଡ, ବସୁନ୍ଧରା ଯୋଜନା,ଟି ପି ସି ଓ ଡି ଏଲ କାର୍ଯ୍ୟ ସମୀକ୍ଷା କରି ମାନ୍ୟବର ସାଂସଦ ଶ୍ରୀମତୀ ଷଡଙ୍ଗୀ ଜଟଣୀ, ତାରିଣୀ ନଗର, ନାରାୟଣୀ ବିଦ୍ୟାପୀଠ, ନିଳାଦ୍ରୀ ପ୍ରାସାଦ, କାଳିଜାଇ ମନ୍ଦିର, ଗମ୍ଭାରୀ ମୁଣ୍ଡା ଆଦି ଅଞ୍ଚଳରେ ବିଦ୍ୟୁତ୍ ସେବା ତ୍ୱରାନ୍ୱିତ କରିବା ପାଇଁ ଟି ପି ସି ଓ ଡି ଏଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ l ସେହି ପରି ପି ଏମ (ଅଜୟ) ଅନୁସୂଚିତ ଜାତି ବିଜୁଳି ଯୋଜନା,ପି ଏମ (ଯେ ଜି ୟୁ ଏ) ଅନୁସୂଚିତ ଜନଜାତି ବିଜୁଳି ଯୋଜନା,ବି ଜି ଜେ ୱାଇ,ଓ ଡି ଏସ ଏସ ପି,ଏସ ଡି ଏମ ଏଫ୍,ପି ଏମ ସୂର୍ଯ୍ୟ ଘର, ୟୁ ଏଲ ଏ ବିଜୁଳି ଯୋଜନା ସହ ଡୁଡା ଯୋଜନ ଅଧୀନ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ l ବୈଠକରେ ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା, ସରପଞ୍ଚ, ସମସ୍ତ ଲାଇନ୍ ଡିପାର୍ଟ ମେଣ୍ଟ ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ