କାଡା ଡିଭିଜନର କନିଷ୍ଠ ଯନ୍ତ୍ରୀ ବିଜୟ ମହାନ୍ତି ଗିରଫ
ଭଦ୍ରକ, ୧୫ ମଇ (ହି.ସ.) - ଭଦ୍ରକ କାଡା ଡିଭିଜନର କନିଷ୍ଠ ଯନ୍ତ୍ରୀ ବିଜୟ ମହାନ୍ତିଙ୍କୁ ଆଜି ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କରିଛି। ଏଠାରେ ସୂଚନାଯୋଗ୍ୟ ଗତକାଲି ଶ୍ରୀ ମହାନ୍ତିଙ୍କ ଭଦ୍ରକ, ଆନନ୍ଦପୁର ଓ କେନ୍ଦୁଝର କାର୍ଯ୍ୟାଳୟ ସମେତ ନିଜ ଘର, ବାଲେଶ୍
KADA DIVISION ENGINEER BIJAYA MOHANTY ARREST


ଭଦ୍ରକ, ୧୫ ମଇ (ହି.ସ.) - ଭଦ୍ରକ କାଡା ଡିଭିଜନର କନିଷ୍ଠ ଯନ୍ତ୍ରୀ ବିଜୟ ମହାନ୍ତିଙ୍କୁ ଆଜି ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କରିଛି। ଏଠାରେ ସୂଚନାଯୋଗ୍ୟ ଗତକାଲି ଶ୍ରୀ ମହାନ୍ତିଙ୍କ ଭଦ୍ରକ, ଆନନ୍ଦପୁର ଓ କେନ୍ଦୁଝର କାର୍ଯ୍ୟାଳୟ ସମେତ ନିଜ ଘର, ବାଲେଶ୍ୱର ବସ୍ତାର ଘର, ଭୁବନେଶ୍ୱରର ସଂପର୍କୀୟଙ୍କ ଘର ସମେତ ଭଦ୍ରକର ଆରଡିଛକସ୍ଥିତ ବାସଭବନ ଉପରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଥିଲା। ଏବଂ ଯାଂଚ ପରେ ତାଙ୍କ ପାଖରେ ୨ଟି ଦୋମହଲା କୋଠା, ୭ଟି ମୂଲ୍ୟବାନ ପ୍ଲଟ୍, ନଗଦ ୧.୭୩ ଲକ୍ଷ ଟଙ୍କା, ୩୫୦ ଗ୍ରାମ ସୁନା ଏବଂ ୧୯.୪୬ ଲକ୍ଷ ଟଙ୍କାର ଜମା ଓ ୮ ଲକ୍ଷ ଟଙ୍କାର ଘରୋଇ ଆସବାପ ପତ୍ର ଥିବାର ଜଣାପଡିଥିଲା। ଯାହାର ସେ ସନ୍ତୋଷ ଜନକ ଉତର ରଖିପାରିନଥିଲେ। ଫଳରେ ଦୁର୍ନୀତି ନିବାରଣ ଆଇନ୍ ୨୧୮ ମୂଳେ ବାଲେଶ୍ୱର ଭିଜିଲାନ୍ସ ପି.ଏସ. ମାମଲା ନଂ ୬/୨୬ ରେ ରୁଜୁ କରାଯାଇଥିଲା। ଆଜି କନିଷ୍ଠ ଯନ୍ତ୍ରୀ ଶ୍ରୀ ମହାନ୍ତିଙ୍କୁ ଗିରଫ କରାଯାଇ ବାଲେଶ୍ୱରର ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସଙ୍କ କୋର୍ଟକୁ ପଠାଯାଇଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande