
କେନ୍ଦ୍ରାପଡା, ୧୫ ମଇ (ହି.ସ.)- ଗ୍ରୀଷ୍ମ ପ୍ରବାହ ସାରା ଓଡିଶାରେ ବଢ଼ି ଚାଲିଛି। ସାଧାରଣ ଜନତା ଠୁ ଆରମ୍ଭ କରି ପଶୁ ପକ୍ଷୀ ମଧ୍ୟ ଗ୍ରୀଷ୍ମ ପ୍ରବାହରେ କବଳିତ। ଏଥିରୁ ଆଶ୍ୱସ୍ତି ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭିନ୍ନ ଭିନ୍ନ ପ୍ରକାର ର ପଣା ବଣ୍ଟନ କରାଯାଉଛି। ଏଥିରେ ଆମ୍ବ ରସ, ସପୁରି ରସ, ବେଲ ପଣା, ପାନ ମଧୁରୀ ସରବତ, ପୁଦିନା ପାଣି, ଲେମ୍ବୁ ପାଣି ଇତ୍ୟାଦି। ଏହି କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ନମ୍ବର ବ୍ଲକ ରାସ୍ତା ଅନୁଷ୍ଠିତ ହେଉଛି। ଏହା ଦୀର୍ଘ ଦୁଇ ମାସ ଧରି ଚାଲୁ ରହିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି। ପଶୁ ମାନଙ୍କ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ପାଞ୍ଚ ଗୋଟି ଜଳ କୁଣ୍ଡ ର ବ୍ୟବସ୍ଥା କରାଯାଇଛି। ଆଜି ବୃଷ ସଂକ୍ରାନ୍ତି ଉପଲକ୍ଷେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଓଡିଶା ର ପାରମ୍ପରିକ ଗୁଡ଼ ପଣା ବଣ୍ଟନ କରାଯାଇଛି। ଏହି ପଣାରେ ଗୁଡ଼, ନଡ଼ିଆ, ପାନ ମଧୁରୀ, ଗୁଜୁରାତି, ଲୁଣ, ବରଫ, ଗୋଲମରିଚ ଓ ପାଣିର ସମ୍ମିଶ୍ରଣ ଥିଲା। ଗ୍ରୀଷ୍ମକାଳୀନ ସମୟରେ ଏହା ଶରୀର ପାଇଁ ବହୁତ ଉପାଦେୟ ବୋଲି ବୟସ୍କ ମାନେ ମତ ଦେଇଥିଲେ। କିଛି ବୃଦ୍ଧ ବୃଦ୍ଧାମାନେ ଏହି ପଣା ପିଇ ଟ୍ରଷ୍ଟ ର କର୍ମକର୍ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ମୁଖପାତ୍ର ପ୍ରମୋଦ ନାୟକ, ସୁରେନ୍ଦ୍ରନାଥ ଶତପଥି, କୁନି ସେବକ ସୋମ୍ୟ ରଞ୍ଜନ ପୃଷ୍ଟି ଓ ହରିଚନ୍ଦନ କର ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି