ମା’ ମଙ୍ଗଳାଙ୍କ ଉତ୍ସବ ପାଳନ ବେଳେ ମହୁମାଛି ଆକ୍ରମଣରେ ୨୦ ଆହତ
ଭଦ୍ରକ, ୧୫ ମଇ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଗୁଆମାଳ ପଂଚାୟତ ଅଧୀନ ବିଶ୍ୱନାଥପୁର ଗ୍ରାମରେ ଗୁରୁବାର ମା’ ମଙ୍ଗଳାଙ୍କ ଉତ୍ସବ ପାଳନ ବେଳେ ମହୁମାଛି ଆକ୍ରମଣରେ ୨୦ଜଣରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିବା ଜଣାଯାଇଛି। ଆହତ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ନିରଞ୍ଜନ ମିଶ୍ର, ଗୌରହରି ଜେନ
ମା’ ମଙ୍ଗଳାଙ୍କ ଉତ୍ସବ ପାଳନ ବେଳେ ମହୁମାଛି ଆକ୍ରମଣରେ ୨୦ ଆହତ


ଭଦ୍ରକ, ୧୫ ମଇ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଗୁଆମାଳ ପଂଚାୟତ ଅଧୀନ ବିଶ୍ୱନାଥପୁର ଗ୍ରାମରେ ଗୁରୁବାର ମା’ ମଙ୍ଗଳାଙ୍କ ଉତ୍ସବ ପାଳନ ବେଳେ ମହୁମାଛି ଆକ୍ରମଣରେ ୨୦ଜଣରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିବା ଜଣାଯାଇଛି। ଆହତ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ନିରଞ୍ଜନ ମିଶ୍ର, ଗୌରହରି ଜେନା, ପୁଂଟୁ ପାଣିଗ୍ରାହୀ, ଆକାଶ ଜେନା, ପ୍ରୀତମ ଜେନା, ହରେକୃଷ୍ଣ ପଣ୍ଡା, ଅର୍ଚ୍ଚିତା ଜେନା, ମନୀଷା ଜେନା, ବେଣୁଧର ଜେନା, ନରେନ୍ଦ୍ର ଜେନା, ବଳରାମ ଜେନା, କାଳିଆ ମାଝୀ, ଗଣେଶ ଜେନା । ସେମାନଙ୍କ ମଧ୍ୟରୁ ନିରଞ୍ଜନ, ନରେନ୍ଦ୍ର ଓ ଗୌରହରି ଗୁରୁତର ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଗୁଆମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । କିଛି ଛାତ୍ରଛାତ୍ରୀ ଟ୍ୟୁସନରୁ ଫେରୁଥିବା ସମୟରେ ମଧ୍ୟ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଘଟଣାରୁ ଜଣାଯାଇଛି ଯେ ଗ୍ରାମରେ ମା' ମଙ୍ଗଳାଙ୍କ ବାର୍ଷିକ ଉତ୍ସବ ପାଳନ ଅବସରରେ ମନ୍ଦିର ଠାରୁ ୫୦ ମିଟର ଦୂରରେ ପ୍ରସାଦ ପାଇଁ ରୋଷେଇ କାର୍ଯ୍ୟ ଚାଲିଥିଲା । ମନ୍ଦିର ପାଖରେ ଥିବା ବରଗଛରେ ଗୁଡ଼ାଏ ମହୁବସା ଥିବାରୁ ରୋଷେଇ ଧୂଆଁ ଯାଇ ମହୁଫେଣାରେ ବାଜିଥିଲା । ମହୁମାଛିମାନେ ଉତକ୍ଷିପ୍ତ ହୋଇ ଲୋକମାନଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande