ମେଧାବୃତି ପରିକ୍ଷାରେ ଚମକିଲେ ଶୁଭମ, ଅଂଚଳ ପାଇଁ ଆଣିଲେ ଗୌ÷ରବ
ଭଦ୍ରକ, ୧୫ ମଇ (ହି.ସ.) - ଭଦ୍ରକ ଜିଲ୍ଲା ଶ୍ରୀବନ୍ତପୁର ଗ୍ରାମର ମେଧାବୀ ଛାତ୍ର ଜାତୀୟ ସ୍ତରରେ ନିଜର ପାରଦର୍ଶିତା ପାଇଁ ଗୌରବ ଆଣିଛନ୍ତି। ଶ୍ରୀବନ୍ତପୁର-ଚାଇଁପୁରସ୍ଥିତ ନିରଞ୍ଜନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଶୁଭମ କୁମାର ଜେନା ୨୦୨୫-୨୬ ଶିକ୍ଷାବର୍ଷର ଜାତୀୟ ମେଧାବୃ
MEDHABRUTI PARIKHYA SUBHAM - SAMBADHANA


ଭଦ୍ରକ, ୧୫ ମଇ (ହି.ସ.) - ଭଦ୍ରକ ଜିଲ୍ଲା ଶ୍ରୀବନ୍ତପୁର ଗ୍ରାମର ମେଧାବୀ ଛାତ୍ର ଜାତୀୟ ସ୍ତରରେ ନିଜର ପାରଦର୍ଶିତା ପାଇଁ ଗୌରବ ଆଣିଛନ୍ତି। ଶ୍ରୀବନ୍ତପୁର-ଚାଇଁପୁରସ୍ଥିତ ନିରଞ୍ଜନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଶୁଭମ କୁମାର ଜେନା ୨୦୨୫-୨୬ ଶିକ୍ଷାବର୍ଷର ଜାତୀୟ ମେଧାବୃତି ପରିକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଗତ ଫେବୃଆରୀ ୧ ତାରିଖରେ ବାଗୁରାଇ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷାରେ ଶୁଭମ ନିଜର ନିଷ୍ଠା ଓ କଠିନ ପରିଶ୍ରମ ବଳରେ ଏହି କୃତିତ୍ୱ ହାସଲ କରିଛନ୍ତି। ଏହି ସଫଳତା ପାଇଁ ସରକାରଙ୍କ ପକ୍ଷରୁ ତାଙ୍କୁ ନବମ ଶ୍ରେଣୀରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠପଢା ପାଇଁ ମୋଟ ୪୮ ହଜାର ଟଙ୍କାର ଆର୍ôଥକ ବୃତି ପ୍ରଦାନ କରାଯିବ।ଏନେଇ ଆଜି ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ଶଶ୍ମିତା ନାୟଙ୍କ ତତ୍ୱାବଧାନରେ କୃତି ଛାତ୍ର ଶୁଭମଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶିକ୍ଷକ ପ୍ରଦୀପ କୁମାର ରାଉତ, ମନୋଜ କୁମାର ବାରିକ, ଜୟନ୍ତି ଗିରି, ଜଗନ୍ନାଥ ଶଙ୍ଖୁଆ, ଅନନ୍ତ ଦେହୁରୀ, ଶିକ୍ଷା ସଂଯୋଜକ ଶୁଧାଂସୁ ଶେଖର ଦାସ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭାପତି ଗୌରାଙ୍ଗ ମହାପାତ୍ର, ଶିକ୍ଷାବିତ ରମାକାନ୍ତ ଜେନା, ଆଲୋକ ମଲ୍ଲିକ ସମେତ ଶିକ୍ଷା ସଂଯୋଜକ ସୁଧାଂଶୁ ଶେଖର ଦାସ ଯୋଗଦେଇ ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ପ୍ରେରଣା ବୋଲି କହିଥିଲେ। ଶୁଭମଙ୍କ ପିତା ବିଷ୍ଣୁଚରଣ ଯେନା ଓ ପରିବାରବର୍ଗ ପୁଅର ଏହି ସଫଳତାରେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ବୃନ୍ଦ ମାନେ ଉପସ୍ଥିତ ରହି ଛାତ୍ର ଉତ୍ସାହିତ କରିଥିଲେ। ଶୁଭମଙ୍କ ଏହିସଫଳତା ପାଇଁ ସ୍ଥାନୀୟ ଅଂଚଳରେ ଏବେ ଶୁଭେଚ୍ଛାର ସୁଅ ଛୁଟୁଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande