ମଦ ବିକ୍ରି ଅଭିଯୋଗରେ ଜଣେ ଗିରଫ
ସମ୍ବଲପୁର, ୧୫ ମଇ(ହି.ସ.) – ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନାରେ ଗତ ଆଜି ୧୦୪/୨୬ରେ ଏକ ଏକ ମାମଲା ରୁଜୁ ହୋଇଛି। ହୀରାକୁଦ ଗୁଣ୍ଡୁରୁପଡା ଛକ ଠାରେ ଆଜି ମଧ୍ୟାହ୍ନ ଗୋଟାଏ ବେଳେ ପୋଲିସ ପାଟ୍ରୋଲିଂ ବେଳେ ଅବୈଧ ମଦ ବିକ୍ରି ସମ୍ବନ୍ଧରେ ସୂଚନା ପାଇ ଘଟଣାସ୍ଥଳରେ ଚଢାଉ କରିଥିଲା। ଘଟଣାସ୍ଥଳରୁ ପ୍ରାୟ ୪୮
ମଦ ବିକ୍ରି ଅଭିଯୋଗରେ ଜଣେ ଗିରଫ


ମଦ ବିକ୍ରି ଅଭିଯୋଗରେ ଜଣେ ଗିରଫ


ସମ୍ବଲପୁର, ୧୫ ମଇ(ହି.ସ.) – ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନାରେ ଗତ ଆଜି ୧୦୪/୨୬ରେ ଏକ ଏକ ମାମଲା ରୁଜୁ ହୋଇଛି। ହୀରାକୁଦ ଗୁଣ୍ଡୁରୁପଡା ଛକ ଠାରେ ଆଜି ମଧ୍ୟାହ୍ନ ଗୋଟାଏ ବେଳେ ପୋଲିସ ପାଟ୍ରୋଲିଂ ବେଳେ ଅବୈଧ ମଦ ବିକ୍ରି ସମ୍ବନ୍ଧରେ ସୂଚନା ପାଇ ଘଟଣାସ୍ଥଳରେ ଚଢାଉ କରିଥିଲା। ଘଟଣାସ୍ଥଳରୁ ପ୍ରାୟ ୪୮ ଲିଟର ମଦ ଜବତ କରି ଅଭିଯୁକ୍ତକୁ ଗିରଫ କରଥିଲେ।ଜବତ ସାମଗ୍ରୀ ମଧ୍ୟରେ ୩୦ ବୋତଲ ଟ୍ୟୁବର୍ଗ ବିୟର, ୨୧ ବୋତଲ କିଙ୍ଗଫିଶର ବିୟର,୧୨ ବୋତଲ କାର୍ଲସବର୍ଗ ବିୟର, ୧୦ ବୋତଲ ଇମ୍ପେରିଆଲ ବ୍ଲୁ ହ୍ୱିସ୍କି ୩୦ଟି ଓ.ଏସ୍ ମଦ ପାଉଚ୍ ଜବତ କରିଥିଲା। ମଦ ବିକ୍ରି ଅଭିଯୋଗରେ ପୋଲିସ ହୀରାକୁଦ ଥାନା ନିୟୁଜମଦା ଗ୍ରାମର ୪୮ ବର୍ଷିୟ ପୀତବାସ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande