
ଭବାନୀପାଟଣା :. ୧୫ମଇ (ହିଁ ସ )ଆଜି
ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ତୈଳ ଓ ଗ୍ୟାସ ଯୋଗାଣ ରେ ସୃଷ୍ଟି ହୋଇଥିବା ଅସ୍ଥିରତାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ (ଭା.ପ୍ର.ସେ.) ଙ୍କ ଅଧ୍ୟକ୍ଷତାରେ ଯୋଗାଣ ବିଭାଗୀୟ ଅଧିକାରୀ, ତୈଳ ଯୋଗାଣକାରୀ ସଂସ୍ଥା ଗୁଡିକର ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଯୋଗାଣ ଅଧିକାରୀ ପ୍ରକାଶ କରିଥିଲେ ଯେ ଜିଲ୍ଲାରେ ବର୍ତ୍ତମାନ ୩୯୯.୧୨୬ କିଲୋ ଲିଟର ଡିଜେଲ, ୬୫୩.୧୪୯ କିଲୋ ଲିଟର ପେଟ୍ରୋଲ ଓ ୫୩୯୦ ରନ୍ଧନ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି । ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ର ନିରବଚ୍ଛିନ୍ନ ଯୋଗାଣ ଓ ସରକାରଙ୍କ ଦ୍ବାରା ସ୍ଥିରୀକୃତ ଦାମ ରେ ବିକ୍ରୟ ସମ୍ୱନ୍ଧରେ ଆଲୋଚନା କରାଯାଇଥିଲା । କଲବଜାରୀ କରୁଥିବା ବ୍ୟକ୍ତିମାନଙ୍କୁ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ-୧୯୫୫ ଅନୁଯାୟୀ କାର୍ଯାନୁଷ୍ଠାନ ନେବା କୁ ଯୋଗାଣ ଅଧିକାରୀ, ବିଡିଓ ଓ ତହସିଲଦାର ମାନଙ୍କୁ ଜିଲ୍ଲାପାଳ କଠୋର ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଅଜୟ କୁମାର ମଲ୍ଲିକ ବୈଠକରେ ଉପସ୍ଥିତ ରହିଥିଲେ |ହିନ୍ଦୁସ୍ଥାନ ସମାଚାର
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ