
ବଲାଙ୍ଗୀର, ୧୫ ମଇ(ହି.ସ.) – ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ ସଦର ମହକୂମା ସ୍ଥିତ ସାପ୍ତାହିକ ବଜାର ଅଂଚଳରେ ସାମାନ୍ୟ ପାଣି ପଡିଲେ କି ଅସରାଏ ବର୍ଷା ହେଲେ କାଦୁଅ ପଚପଚ ହେଉଛି। ଯଦ୍ୱାରା ଯାତାୟାତ ରେ ବାଧା ଦେଖାଯାଉଛି। ବଜାର ପରିସରରେ ପ୍ରାୟ ୧ କୋଟି ୮୧ଲକ୍ଷ ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା କଂକ୍ରିଟ ରାସ୍ତାରେ ଜଳ ନିଷ୍କାସନ ବ୍ୟବସ୍ଥାକୁ ସମ୍ପୁର୍ଣ୍ଣ ଅଣଦେଖା କରାଯାଉଛି। ଯାହା ଠିକାଦାରଙ୍କ ଦାୟିତ୍ୱ ହିନତାକୁ ସ୍ପଷ୍ଟ କରୁଛି। ଡ୍ରେନ ଅଭାବରୁ ସାମାନ୍ୟ ବର୍ଷାରେ ସମଗ୍ର ବଜାର ଅଂଚଳ କାଦୁଅ ପଚପଚ ହେଉଥିବା ବେଳେ ପୋଖରୀ ସଦୃଶ ଜମି ରହୁଛି। ଅଧିକ ବର୍ଷା ହେଲେ ଲୋକଙ୍କ ଘର ଓ ଦୋକାନ ଭିତରକୁ ମଧ୍ୟ ପାଣି ପଶିଯାଇଛି। ବିଭାଗୀୟ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ