
କେନ୍ଦ୍ରାପଡା ୧୫ ମଇ (ହି.ସ.)- ଚଳିତ ୨୦୨୫-୨୬ ଶିକ୍ଷାବର୍ଷରେ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲର ସାର୍ଟିଫିକେଟ୍ ପରୀକ୍ଷାରେ ଜିଲ୍ଲାରେ ଏ ଗ୍ରେଡ୍ ପାଇ ଉତ୍ତୀର୍ଣ୍ଣ ହୋଇଥିବା ବିଭିନ୍ନ ହାଇସ୍କୁଲର ୫୩ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ୍.ଆର୍.ଆୟାର୍ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକଙ୍କ ସମେତ ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି ଏ ଗ୍ରେଡ୍ରେ ଛାତ୍ର ଛାତ୍ରୀଙ୍କୁ ଉର୍ତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର, ଉପଢୈାକନ, ପୁଷ୍ପଗୁଚ୍ଛ ଓ ବୃକ୍ଷ ପ୍ରଦାନ କରି ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଜିଲ୍ଲାପାଳ ଶ୍ରୀ ଆଇ.ଆର୍ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଭଲ ମଣିଷ ହେବା ସହ ସବୁ କ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ଉପଦେଶ ଦେଇଥିଲେ । କଠିନ ପରିଶ୍ରମ, ନିଷ୍ଠାପର ଓ ସଚ୍ଚୋଟତାରେ ନିଜ ଜୀବନକୁ ଉତ୍ସର୍ଗ କରି ଜୀବନରେ ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି