
ବଲାଙ୍ଗିର, ୧୫ ମଇ (ହି.ସ.)- ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ମଲମଣ୍ଡା ଗ୍ରାମରେ ଗତ କିଛି ଦିନ ତଳେ ମାନସିକ ଭାରସାମ୍ୟ ହରାଇ ଚଳନ୍ତା ଟ୍ରେନ ଆଡକୁ ଡେଇଁ ପଡି ଆତ୍ମହତ୍ୟା କରିଥିବା ଖେଳ ଶିକ୍ଷକ ଦେବୀ ପ୍ରସାଦ ରାଉତ (ବୁଲବୁଲ)ଙ୍କ ପରିବାରଙ୍କୁ ଭେଟି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।
ପ୍ରକାଶ ଥାଉକି, ସ୍ୱର୍ଗତ ଦେବୀ ପ୍ରସାଦ ରାଉତଙ୍କ ବାପା ମଳମଣ୍ଡା ଗ୍ରାମର ଗଉନ୍ତିଆ ଇଂ. ଭାଗବତ ରାଉତ, ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ବାଲ୍ୟବନ୍ଧୁ ତଥା ପୃଥ୍ୱୀରାଜ ହାଇସ୍କୁଲର ସହପାଠୀ । ଶ୍ରୀ ମିଶ୍ରଙ୍କ ସହ ପୁଇଁନ୍ତଲା ପୂର୍ବତନ ସଭାପତି ଉମାକାନ୍ତ ସାହୁ, ଆଗଲପୁର ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ମନମୋହନ ପଟେଲ, ସାନନ୍ଦ ମିଶ୍ର, ଲଳିତ ପଟେଲ, ଶ୍ୟାମ ସୁନ୍ଦର ସାଏ, ରାଧାମାଧବ ସାଏ ପ୍ରମୁଖଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ