
କେନ୍ଦ୍ରାପଡା, ୧୫ ମଇ (ହି.ସ.)- କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତରଫରୁ ନାରୀ ଅଧିକାର ଅଭିଯାନ ପାଇଁ ମହିଳା ମହାସମାବେଶର ଏକ ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଜିଲ୍ଲା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲିଲୀତା ଦାସ, ବିଜେଡି ସଭାପତି ଶିବ ପ୍ରସାଦ ଭଳ, ଜିଲ୍ଲା ମହିଳା ସଭାପତି ସରୀତା ସାହୁ, ନଗର ମହିଳା ସଭାପତି ସ୍ୱୟଂପ୍ରଭା କର, ରାଜ୍ୟ ମହିଳା ଉପସଭାନେତ୍ରୀ ରୋସ୍ନା ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୂର୍ଗାଶିଷ ମହାନ୍ତି, ପ୍ରଦୀପ୍ତ କୁମାର ମହାନ୍ତି, ବ୍ଲକ ସଭାପତି ଆଲୋକ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ମହିଳା ମହାସମାବେଶ ପାଇଁ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟରେ ବିଜୁ ଜନତା ଦଳ କ୍ଷମତାଶୀଳ ଥିବାବେଳେ ମହିଳାମାନଙ୍କୁ ୩୩% ଆରକ୍ଷଣ ଦେବାକୁ ବିଧାନସଭାରେ ଏକ ବିଲ୍ ଆଗତ ହୋଇଥିଲା । କିନ୍ତୁ ସେତେବେଳେ କେନ୍ଦ୍ର ସରକାର ଏହାକୁ ପାଳିତ କରିବାରେ ସହଯୋଗ କରିନଥିଲେ । ଏବେ ମହିଳା ମାନଙ୍କ ଆରକ୍ଷଣ କଥା ଉଠାଇବା ଏକ ହାସ୍ୟାସ୍ପଦ କଥା ବୋଲି ବିଧାୟକ ଶ୍ରୀ ବେହେରା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଦେଶରେ ମହିଳାମାନେ କିଭଳି ସଶକ୍ତ ହେବେ ସେ ନେଇ ବିଜୁ ଜନତା ଦଳ ସବୁ କ୍ଷେତ୍ରରେ ଉଦ୍ୟମ କରି ଆସିଛି । ଏହି ପରିପେକ୍ଷୀରେ ମହିଳା ଅଧିକାର ଆଇନ୍ ପ୍ରଣୟନ କରିବା ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଆସନ୍ତା ୨୦ ତାରିଖ ବିଜୁ ମହିଳା ଜନତା ଦଳର ଏକ ମହାସମାବେଶ ଏକ ବିରାଟ ଶୋଭାଯାତ୍ରାରେ ନୂଆ ବସଷ୍ଟାଣ୍ଡଠାରୁ ଆରମ୍ଭ ହୋଇ ଜିଲ୍ଲା କାର୍ଯ୍ୟାଳୟରେ ପହଁଚି କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ.ଆର୍.ଆୟାର୍ଙ୍କୁ ମହାମହୀମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ।
ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ କଳାକାର ମଲ୍ଲିକ, ପୂର୍ବତନ ସରପଂଚ, ସମିତି ସଭ୍ୟ ଲୋପାମୁଦ୍ରା ବାରିକ, ରାଜୁ କୁବେର, ସୁଦାମ ମଲ୍ଲିକ, ପ୍ରଦୀପ ରଂଜନ ସୁତାର, ହିରଣ୍ୟ କୁମାର ପଣ୍ଡା ପ୍ରମୁଖଙ୍କ ସହ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି